ଜମି ବିବାଦରୁ ଉତ୍ତେଜନା, ରାସ୍ତାକୁ ଓହ୍ଲାଇଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 27, 2020

ଜମି ବିବାଦରୁ ଉତ୍ତେଜନା, ରାସ୍ତାକୁ ଓହ୍ଲାଇଲେ ମହିଳା

କଟକ(ଓଡ଼ିଶା ରିପୋର୍ଟର): ଉଗ୍ର ରୂପ ଧାରଣ କଲା ଜମି ବିବାଦ। ଜମି ବିବାଦକୁ ନେଇ ଗତକାଲି ରାତିରେ ବିଡ଼ାନାସୀ ଥାନା ପୁଲିସ୍ କିଛି ଯୁବକଙ୍କୁ ଉଠାଇ ନେଇଥିବା ବେଳେ ଆଜି ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଉତ୍ତ୍ୟକ୍ତ ମହିଳାମାନେ ‌ ଦୀର୍ଘ ସମୟ ଧରି  ରାସ୍ତାରୋକ କରିବା ଯୋଗୁ ଦେଉଳସାହିରୁ ଷ୍ଟାଡିଅମ ରୋଡ଼୍, ସେଲଟର ଛକରୁ ସତୀଚଉରା ଛକ ଆଡ଼କୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ସୂଚନାଯୋଗ୍ୟ, ସେଲ୍ଟର ଛକସ୍ଥିତ ଏକ ସଂଗଠନର ଜମିକୁ କିଛି ଲୋକ କିଣିବାକୁ ଚାହୁଁଥିଲେ। ଏହାକୁ ନେତାଜୀ ସଂଘର କିଛି ଲୋକ  ବିରୋଧ କରିଥିଲେ। ଏହାକୁ ନେଇ ଗତକାଲି ଗଣ୍ଡଗୋଳ ହୋଇଥିଲା। ଏହାପରେ ବିଡ଼ାନାସୀ ଥାନା ପୁଲିସ୍‌ ଆସି ସଂଘର କିଛି ଯୁବକଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି।

ତେବେ ଯୁବକଙ୍କୁ ଉଠାଇ ନେବା ଘଟଣାର ପ୍ରତିବାଦ କରି ମହିଳାମାନେ ସେଲ୍ଟର ଛକରେ ରାସ୍ତାରୋକ କରିଛନ୍ତି। ଅଟକ ଥିବା ଯୁବକଙ୍କୁ ଛାଡ଼ିବା ଦାବିରେ ମହିଳାମାନେ ରାସ୍ତାରୋକ କରିଛନ୍ତି । ଏହା ସହ ପୁଲସି ପକ୍ଷପାତିତା କରୁଛି ବୋଲି ସଂଘର କିଛି ଲୋକ ଅଭିଯୋଗ କରିଛନ୍ତି।

The post ଜମି ବିବାଦରୁ ଉତ୍ତେଜନା, ରାସ୍ତାକୁ ଓହ୍ଲାଇଲେ ମହିଳା appeared first on Odisha Reporter.



from Odisha Reporter https://ift.tt/3jcMQgv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages