ଯାଜପୁର (ଓଡ଼ିଶା ରିପୋର୍ଟର):ଧାନ ବିଲରେ ବନ୍ୟା ପାଣି ମାଡ଼ିଯିବାରୁ ଜୀବନ ହାରିଲେ ଚାଷୀ। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି। ମୃତ ଚାଷୀଜଣଙ୍କ ହେଲେ ବିଞ୍ଝାରପୁର ବ୍ଲକ ବରପଦା ଗାଁର ରମାକାନ୍ତ ମଳିକ।
ରମାକାନ୍ତଙ୍କ ଧାନ ବିଲରେ ବନ୍ୟା ପାଣି ମାଡ଼ି ଫସଲ ନଷ୍ଟ ହୋଇଯାଇଥିବାରୁ କିଛି ଦିନ ହେବ ସେ ଚିନ୍ତାରେ ରହୁଥିଲେ। ଗତକାଲି ଧାନ ବିଲ ମଝିରେ ଥିବା ଏକ ବର ଗଛରେ ରସି ଲଗାଇ ସେ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୁଲିସ୍ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି।
The post ଧାନ ବିଲରେ ପାଣି ମାଡ଼ିଗଲା ବୋଲି… appeared first on Odisha Reporter.
from Odisha Reporter https://ift.tt/2Fs2TrN
No comments:
Post a Comment