ଆଜିଠୁ ଗଡ଼ିବ ଆଉ ୩ ଯୋଡ଼ା ସ୍ପେଶାଲ ଟ୍ରେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 11, 2020

ଆଜିଠୁ ଗଡ଼ିବ ଆଉ ୩ ଯୋଡ଼ା ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବରୁ ଚାଲୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଓ ଅନ୍ୟ ସ୍ପେଶାଲ ଟ୍ରେନ୍ ସହିତ ଆଜିଠୁ ଆହୁରି  ୩ ଯୋଡ଼ା ସ୍ପେଶାଲ ଟ୍ରେନ୍ ଗଡ଼ିବ । ଏହି ୩ଟି ଟ୍ରେନ୍ ହେଲା ପୁରୀ-ଅହମଦାବାଦ, ପୁରୀ-ଗାନ୍ଧିଧାମ ଓ ପୁରୀ-ଓଖା । ଇଷ୍ଟ କୋଷ୍ଟର ସୂଚନା ଅନୁସାରେ ପୁରୀ-ଅହମଦାବାଦ ସପ୍ତାହକୁ ୪ ଦିନ ଚାଲିବ ଟ୍ରେନ୍‌ । ପୁରୀ-ଗାନ୍ଧିଧାମ ଓ ପୁରୀ-ଓଖା ଟ୍ରେନ୍ ସପ୍ତାହକୁ ଥରେ ଲେଖାଏ ଚାଲିବ ।

କରୋନା ଭୟରେ ଘରକୁ ଆସି ପ୍ରାୟ ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ବସି ରହିଛନ୍ତି ବହୁ ଶ୍ରମିକ। ସେମାନେ ପୁଣି ଥରେ ନିଜ କର୍ମ ସଂସ୍ଥାନକୁ ଫେରିବାକୁ ଚାହୁଁଥିବାରୁ ଏପରି ବ୍ୟବସ୍ଥା କରାଯାଇଛି। ମୁଖ୍ୟତଃ ଅହମଦାବାଦ, ସୁରତ ଆଦି ସ୍ଥାନକୁ ଫେରିବାକୁ ଚାହୁଁଥିବା ଶ୍ରମିକଙ୍କ ପାଇଁ କରାଯାଇଛି ଏପରି ବ୍ୟବସ୍ଥା।  ଏଥିନିମନ୍ତେ ପ୍ରଧାନମନ୍ତ୍ରୀ ମୋଦି ଓ ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଯେଉଁ ଶ୍ରମିକମାନେ କାମ କରିବା ପାଇଁ ଅହମଦାବାଦ, ସୁରତ ଆଦି ସ୍ଥାନକୁ ଫେରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଅଧିକ ଟ୍ରେନ୍‌ର ବ୍ୟବସ୍ଥା କରିବାକୁ ଧର୍ମେନ୍ଦ୍ର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ପୂର୍ବରୁ ଚାଲୁଥିବା ଶ୍ରମିକ ସ୍ପେଶାଲ  ଓ ଅନ୍ୟ ସ୍ପେଶାଲ ଟ୍ରେନ୍ ସହିତ ଏହି ୩ ଯୋଡ଼ା ନୂଆ ଟ୍ରେନ୍ ଚାଲିବ ।

The post ଆଜିଠୁ ଗଡ଼ିବ ଆଉ ୩ ଯୋଡ଼ା ସ୍ପେଶାଲ ଟ୍ରେନ୍ appeared first on Odisha Reporter.



from Odisha Reporter https://ift.tt/3bYkK60

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages