ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରାକୁ ଭଲ ଭାବରେ ସଂରକ୍ଷିତ କରାଯାଇନି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 20, 2020

ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରାକୁ ଭଲ ଭାବରେ ସଂରକ୍ଷିତ କରାଯାଇନି !

  • ଭିସେରା ରିପୋର୍ଟ ସିବିଆଇ ପାଖରେ ଦାଖଲ କରିବ ଏମ୍ସ ବିଶେଷଜ୍ଞ ଟିମ୍
  • ଭିସେରାକୁ ଭଲ ଭାବରେ ସଂରକ୍ଷିତ ରଖାଯାଇନଥିବା ସୂଚନା
  • ଜୁନ୍ ୧୪ରେ ସୁଶାନ୍ତ ସିଂଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା
  • ମହାରାଷ୍ଟ୍ର ପୁଲିସ ଏବଂ ସରକାର ପୁଣି ଅଡୁଆରେ

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏମ୍ସ ଟିମ୍ ଆଜି ସିବିଆଇକୁ ଭିସେରା ରିପୋର୍ଟ ଦେବ। ଏହି ରିପୋର୍ଟରୁ ଜଣାପଡ଼ିବ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ ନା ହତ୍ୟାର ଶିକାର ହୋଇଥିଲେ। ଏହା ପୂର୍ବରୁ ଖବର ସରବରାହ ସଂସ୍ଥା ଆଇଏଏନଏସର ରିପୋର୍ଟ ଅନୁଯାୟୀ ଭିସେରାକୁ ମୁମ୍ୱାଇ ପୁଲିସ ଭଲ ଭାବରେ ସଂରକ୍ଷିତ କରିନଥିବା ଜଣାପଡ଼ିଛି। ଯାହାକି ଟାମ୍ପରିଂ ପାଇଁ ଏଭଳି କରାଯାଇଥିବା ଜଣାପଡ଼ିଛି।

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଫରେନସିକ୍ ମେଡିସିନ୍ ଏବଂ ଟେକ୍ନୋଲଜି ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ଭିସେରା “ବହୁତ କମ୍ ପରିମାଣ” ରହିଛି ବୋଲି ଆଇଏନଏସ ଏକ ସୂତ୍ର ଅନୁଯାୟୀ ପ୍ରକାଶ କରିଛି।

ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଭିସେରାକୁ ନୂଆଦିଲ୍ଲୀର ଏଆଇଏମଏସର ଫୋରେନସିକ୍ ବିଭାଗରେ ପରୀକ୍ଷା କରାଯାଇଥିଲା। ଭିସେରା ଭଲ ଭାବରେ ସଂରକ୍ଷିତ ରଖାଯାଇନଥିବାରୁ ଏହା ଖରାପ ହୋଇଯାଇଥିବା ସୂଚନା ରହିଛି। ତେଣୁ ସୁଶାନ୍ତଙ୍କ ଶରୀରରେ ରସାୟନିକ ସାମଗ୍ରୀ ବ୍ୟବହୃତ ହୋଇଥିଲା କି ନାହିଁ ଜାଣିବା କଷ୍ଟକର ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଛି।

ଯଦି ଭିସେରାରେ କୌଣସି ଗଡବଡ ହୋଇଥିବ ତାହେଲେ ମୁମ୍ୱାଇ ପୁଲିସ ଏବଂ ମହାରାଷ୍ଟ୍ର ସରକାର ଅଡ଼ୁଆରେ ପଡ଼ିଯିବେ। ସେମାନେ କରିଥିବା ତଦନ୍ତ ଆଖି ଦୃଶିଆ ବୋଲି ପ୍ରମାଣିତ ହୋଇଯିବ।

କାରଣ ସୁଶାନ୍ତଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଥିଲେ, ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ହତ୍ୟା କରାଯାଇଥିବାର କୌଣସି ପ୍ରମାଣ ନାହିଁ।

ମାମଲାର ତଦନ୍ତ ସିବିଆଇ କରିବା ପରେ କ୍ରାଇମ ସିନର ଆକଳନ କରିବା ସହିତ ପାରିପାର୍ଶିକ ସ୍ଥିତି ଉପରେ ଜାଣିବା ପାଇଁ ଘଟଣାସ୍ଥଳରୁ ଫୋରେନସିକ୍ ଟିମ୍ ଯାଇଥିଲା। ଏଥିପାଇଁ ଏମ୍ସ ବିଶେଷଜ୍ଞମାନଙ୍କୁ ଦିଲ୍ଲୀରୁ ମୁମ୍ବାଇକୁ ପଠାଯାଇଥିଲା |

ତେବେ ମୁମ୍ବାଇ ପୁଲିସର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ କହିଛନ୍ତି ଯେ ଏହି ମାମଲା ସହ ଜଡିତ ସମସ୍ତ ଫରେନସିକ୍ ନମୁନା, ପ୍ରମାଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ସଂରକ୍ଷଣ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଛି।

The post ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରାକୁ ଭଲ ଭାବରେ ସଂରକ୍ଷିତ କରାଯାଇନି ! appeared first on Odisha Reporter.



from Odisha Reporter https://ift.tt/35MPplE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages