ହାଇଦ୍ରାବାଦ: ପୁଲିସ ସହିତ ଗୁଳିବିନିମୟ ବେଳେ ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ତେଲେଙ୍ଗାନାର କୋମାରାମ ଭୀମ ଆସିଫାବାଦ ଜିଲ୍ଲାରେ ପୁଲିସ ସହ ଗୁଳି ବିନିମୟରେ ଏଭଳି ଘଟିଛି। ଶନିବାର ବିଳମ୍ବିତ ରାତିରୁ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା।
ଜିଲ୍ଲାର କାଜାଗନଗର ମଣ୍ଡଳର କାଦମ୍ବା ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ବାବଦରେ ପୁଲିସ ସୂଚନା ପାଇଥିଲା। ଏହାପରେ ପୁଲିସ ଟିମ୍ ସର୍ଚ୍ଚ ଅପରେସନ କରିଥିଲେ। ନିହତ ମାଓବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ କିନ୍ତୁ ଜଣେ ପୁରୁଖା ମାଓବାଦୀ ଏମ୍ ଆଡେଲୁ ଛଦ୍ମନାମ ଭାସ୍କର ପଳାଇର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ପୁଲିସ ଅଧିକାରୀ ଭି ସତ୍ୟନାରାୟଣ କହିଛନ୍ତି ଯେ ମାଓବାଦୀମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ ଏବଂ ପୁଲିସ ପାଲଟା ଗୁଳି ଚଳାଇବାରୁ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ପୁଲିସ ସୁରକ୍ଷିତ ରହିଛନ୍ତି। ପୁଲିସ ଏବଂ ସଂପୃକ୍ତ ଅଞ୍ଚଳରେ କୁମ୍ୱିଂ ଅପରେସନ କରୁଥିବା ଜଣାପଡ଼ିଛି। ପ୍ରାୟ 400 ପୁଲିସ ଜଙ୍ଗଲରେ କମ୍ବିଂ ଅପରେସନରେ ଭାଗ ନେଇଥିବା ସୂଚନା ରହିଛି। ମାସକ ମଧ୍ୟରେ ତେଲେଙ୍ଗାନାରେ ତୃତୀୟ ଥର ପାଇଁ ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି।
The post ପୁଲିସ ଗୁଳିରେ ଦୁଇ ମାଓବାଦୀ ମୃତ appeared first on Odisha Reporter.
from Odisha Reporter https://ift.tt/2RK4s7e
No comments:
Post a Comment