ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଆଜିଠୁ ଖୋଲିବ ଜାତୀୟ ଉଦ୍ୟାନ ଭିତରକନିକା ତେବେ ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଭିତରକନିକାରେ ପ୍ରବେଶ ଅନୁମତି ମିଳିବ ନାହିଁ। କେବଳ ରାତ୍ରୀଯାପନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ହିଁ ଭିତରକନିକା ବୁଲିବାକୁ ସୁଯୋଗ ଦିଆଯିବ ବୋଲି ନିଷ୍ପତ୍ତି ନେଇଛି ପ୍ରଶାସନ । କୋଭିଡ୍ କଟକଣା ଭିତରେ ସମସ୍ତ ଗାଇଡଲାଇନ୍ ମାନି ପର୍ଯ୍ୟଟକମାନେ ଅଭୟାରଣ୍ୟ ବୁଲି ପାରିବେ ।
ତେବେ କେବଳ ଡାଙ୍ଗମାଳରେ ୧୬ଟି କଟେଜରେ ପର୍ଯ୍ୟଟକମାନେ ରାତ୍ରୀଯାପନ କରିପାରିବେ । ଏଥିପାଇଁ ଓଡ଼ିଶା ଇକୋ ଟୁରିଜିମରେ ଅନ୍ଲାଇନ୍ରେ ବୁକ୍ କରିପାରିବେ । କଟେଜ ଓ ବୋଟଗୁଡ଼ିକୁ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ ।
ତେବେ କେବଳ ରାତ୍ରୀଯାପନ ପାଇଁ ବୁକ୍ କରିଥିବା ପର୍ଯ୍ୟଟକଙ୍କୁ ଛାଡ଼ିବା ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଙ୍ଗଠନ ବିରୋଧ କରିଛନ୍ତି । ପ୍ରଶାସନର ଏହି ନିଷ୍ପତ୍ତି ଯୋଗୁ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟକ ଭିତରକନିକା ବୁଲିପାରିବେ ନାହିଁ। ଏହା ପ୍ରତିବାଦରେ ଆନ୍ଦୋଳନ କରିବାକୁ ବିଭିନ୍ନ ସଂଗଠନ ଚେତାବନୀ ଦେଇଛନ୍ତି
The post ଆଜିଠୁ ଖୋଲିବ ଭିତରକନିକା appeared first on Odisha Reporter.
from Odisha Reporter https://ift.tt/3l293hJ
No comments:
Post a Comment