ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ‘ଡ୍ରଗ୍ସ ଆଙ୍ଗେଲ’ ଆସିବା ପରେ ରୀୟା ଚକ୍ରବର୍ତ୍ତୀଙ୍କୁ ଜେରା ଆରମ୍ଭ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ସେ ଏହି ଜେରା ପାଇଁ ମୁମ୍ବାଇସ୍ଥିତ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଥିପାଇଁ ବ୍ୟାପକ ପୁଲିସ୍ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ରୀୟା ଏନସିବି ତଦନ୍ତରେ ଯୋଗ ଦେଇଥିଲେ ମଧ୍ୟ, ମୁମ୍ବାଇ ପୁଲିସର ସୁରକ୍ଷା ଲୋଡ଼ିଥିଲେ। ରୀୟାଙ୍କ ଜୁହୁସ୍ଥିତ ବାସଭବନଠାରୁ ଏନସିବି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପୁଲିସର କଡ଼ା ସୁରକ୍ଷା ରହିଥିଲା।
ସୂଚନାଯୋଗ୍ୟ ଯେ, ଏହା ପୂବର୍ରୁ ରୀୟାଙ୍କ ଭାଇ ସୌଭିକ୍ ଚ୍ରକବର୍ତ୍ତୀ ଏବଂ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜରଙ୍କୁ ଏନସିବି ଗିରଫ କରି ସେପ୍ଟେମ୍ବର ରିମାଣ୍ଡରେ ନେଇସାରିଛି। ତେବେ ସୌଭିକଙ୍କ ଗିରଫ ହେବାକୁ ନେଇ ରୀୟାଙ୍କ ବାପା ମଧ୍ୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିସାରିଛନ୍ତି। ଅନ୍ୟପକ୍ଷରେ ରୀୟା ମଧ୍ୟ ଗିରଫ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି।
ରୀୟା ନିଜେ କିଛି କହିନଥିଲେ ମଧ୍ୟ ନିଜ ଓକିଲଙ୍କ ମାଧ୍ୟମରେ କହିଛନ୍ତି, ସେ ଗିରଫ ହେବାକୁ ପ୍ରସ୍ତୁତ ଅଛନ୍ତି। ‘ଜଣଙ୍କୁ ପ୍ରେମ କରିବାର’ ପରିଣାମ ଭୋଗିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି।
The post ରୀୟାଙ୍କୁ ଜେରା କରୁଛି ଏନସିବି, ଗିରଫ ହେବାର ଯଥେଷ୍ଟ ସମ୍ଭାବନା appeared first on Odisha Reporter.
from Odisha Reporter https://ift.tt/2F4tnPX
No comments:
Post a Comment