ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପରେ ଆକ୍ସନ ମୁଡ୍‌ରେ କମିଶନରେଟ୍ ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 17, 2020

ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପରେ ଆକ୍ସନ ମୁଡ୍‌ରେ କମିଶନରେଟ୍ ପୁଲିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ୱିନ ସିଟିରେ କରୋନା କଟକଣା ପାଳନରେ ଢିଲାପଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ପରେ ଆକ୍ସନ ମୁଡ୍‌ରେ କମିଶନରେଟ୍ ପୁଲିସ୍ । ଆଇନ୍ ଉଲ୍ଲଘଂନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ମାସ୍କ ପିନ୍ଧୁନଥିବା କି ସାମାଜିକ ଦୂରତ୍ୱ ପାଳନ କରୁନଥିବା ଲୋକଙ୍କୁ ଫାଇନ୍ ଆଦାୟ ସହ ତାଗିଦ୍ କରୁଛି କମିଶନରେଟ୍ ପୁଲିସ୍ ।

ନିଜେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ରାଜଧାନୀର ସହିଦନଗର, ଲକ୍ଷ୍ମୀସାଗର ଓ ବରମୁଣ୍ଡାର ରୁଚିକା ମାର୍କେଟ ଅଞ୍ଚଳରେ ବୁଲି ବୁଲି ଅମାନିଆଙ୍କଠାରୁ ଫାଇନ୍ ଆଦାୟ କରିବା ସହ ସଚେତନ କରୁଛନ୍ତି। ସେହିପରି କଟକରେ ମଧ୍ୟ ଡିସିପି ପ୍ରତୀକ ସିଂ ବିଭିନ୍ନ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପଇଁତରା ମାରିବା ସହ ଅମାନିଆଙ୍କୁ ସାବାଡ଼ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବାବେଳେ ଭୁବନେଶ୍ୱର ଓ କଟକ ସହରରେ କୋଭିଡ୍ ନିୟମ ପାଳନ ଠିକ୍ ଭାବେ ହେଉନଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ପୁଲିସ ଡିଜି ନିଜେ ବ୍ୟକ୍ତିଗତ ଭାବେ ଏହାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

The post ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପରେ ଆକ୍ସନ ମୁଡ୍‌ରେ କମିଶନରେଟ୍ ପୁଲିସ୍ appeared first on Odisha Reporter.



from Odisha Reporter https://ift.tt/3msWldH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages