ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କବଳରେ କମିଶନରେଟ୍ ପୋଲିସ । ୨୦ଟି ଥାନା ମଧ୍ୟରୁ ୯ଟି ଥାନାର ଆଇଆଇସି ସଂକ୍ରମିତ ହୋଇଥିବାବେଳେ ୬ଟି ଜୋନ୍ ମଧ୍ୟରୁ ୩ଟି ଜୋନ୍ ଏସିପି ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । କେବଳ ଏତିକି ନୁହେଁ, ପ୍ରାୟ ୪୫ ଜଣ ପୋଲିସ ଅଧିକାରୀଙ୍କ ସମେତ ହଜାରେ କର୍ମଚାର ସଂକ୍ରମିତ ହୋଇସାରିଲେଣି । ଏପରିକି ୪ ଜଣ ପୋଲିସ କର୍ମଚାରୀଙ୍କର କରୋନାରେ ଜୀବନ ଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
ଏପରି ସ୍ଥିତିରେ କମିଶନରେଟ୍ ପୋଲିସରେ କର୍ମଚାରୀଙ୍କ ଅଭାବ ଦେଖାଦେଇଛି। ଫଳରେ ବାହାରୁ କିଛି କର୍ମଚାରୀ ଆସି କମିଶନରେଟ୍ ପୋଲିସରେ ଯୋଗଦେବେ ବୋଲି କହିଛନ୍ତି ସିପି । ଭିଡ଼କୁ ନିୟନ୍ତ୍ରଣ ପାଇଁ ରାଜଧାନୀରେ ବ୍ୟବସାୟୀ ଯଦି ଅକ୍ଷମ, ତେବେ ୧୦୦କୁ ଡାଏଲ୍ କରି ପୋଲିସର ସହାୟତା ନେବାକୁ କହିଛନ୍ତି ସିପି ।
ଯେହେତୁ କୌଣସି କଟକଣା ଯଥା ଲକ୍ଡାଉନ୍ କିମ୍ବା ଶଟଡାଉନ୍ ନାହିଁ ଏଭଳି ସ୍ଥିତିରେ ଆମକୁ ସଚେତନ ହେବାକୁ ପଡ଼ିବ । ଏହାସତ୍ତ୍ୱେ ଯେଉଁମାନେ ଅମାନିଆ ହୋଇ ନିୟମ ଉଲ୍ଲଘଂନ କରୁଛନ୍ତି ଜରିମାନା ଆଦାୟ କରାଯାଇ ସେମାନଙ୍କୁ ସଚେତନ କରାଯାଉଛି ।
ଏପ୍ରିଲ୍ରୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୮୦ ହଜାର ଲୋକଙ୍କଠାରୁ ଅଢ଼େଇ କୋଟି ଟଙ୍କା ଜରିମାନା ଆଦାୟ ହୋଇସାରିଲାଣି ବୋଲି ସିପି କହିଛନ୍ତି ।
The post କରୋନା କବଳରେ କମିଶନରେଟ୍ ପୋଲିସ appeared first on Odisha Reporter.
from Odisha Reporter https://ift.tt/35JVtva
No comments:
Post a Comment