ଶ୍ରୀମନ୍ଦିର ଭିତରକୁ ପାନ ଓ ଗୁଟକା ମନା, ଧରାପଡ଼ିଲେ ଜରିମାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 29, 2020

ଶ୍ରୀମନ୍ଦିର ଭିତରକୁ ପାନ ଓ ଗୁଟକା ମନା, ଧରାପଡ଼ିଲେ ଜରିମାନା

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ୪୦୦ରୁ ଊର୍ଦ୍ଧ୍ୱ ସେବାୟତ ଓ କର୍ମଚାରୀ କରୋନା ଦ୍ୱାରା ସଂକ୍ରମିତ ହୋଇ ସାରିଥିବା ବେଳେ ଏହା ଯେପରି ଅଧିକ ନ ବ୍ୟାପେ ସେଥିଲାଗି ନିୟମକୁ କଡ଼ାକଡ଼ି କରାଯାଇଛି। ଏଣିକି ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ନେବାକୁ ମନା କରାଯାଇଛି। ପାନ ଛେପ ଯୋଗୁ ସଂକ୍ରମଣ ଆଶଙ୍କା ରହିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। । ଏଣିକି ମନ୍ଦିର ପରିସରରେ କୌଣସି ସେବାୟତ ପାନଛେପ ପକାଇଲେ ତାଙ୍କଠାରୁ ଜୋରିମାନା ଆଦାୟ କରାଯିବ।

ପ୍ରଥମ ଏବଂ ଦ୍ୱିତୀୟ ଥର  ପାନ ଛେପ ପକାଇବାର ଧରା ପଡ଼ିଲେ ହଜାରେ ଟଙ୍କା ଲେଖାଏ  ଏବଂ ତୃତୀୟ ଥର ପକାଇଲେ ୫ ହଜାର ଟଙ୍କା ତଣ୍ଡ ଗଣିବେ ।  ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ଅତିରିକ୍ତ ଏସ୍ପି ଓ ଶ୍ରୀମନ୍ଦିର କମାଣ୍ଡର ପ୍ରମୁଖଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ମନ୍ଦିର ଭିତରକୁ ପାନ ଓ ଗୁଟକା ଯେପରି ପଶି ନ ପାରେ ସେଥିଲାଗି ଚେକିଂକୁ ଜୋରଦାର କରିବାକୁ ଶ୍ରୀମନ୍ଦିର ପୁଲିସ୍‌ ନିର୍ଦ୍ଦେଶ ଦିଆଯାଇଛି ।  ଏଣିକି ଶ୍ରୀମନ୍ଦିର ପୁଲିସ୍‌ କର୍ମୀ ଚାରିଦ୍ୱାରରେ ଚେକିଂ କରିବେ।  ପାନ ଖାଇ ଯେପରି କେହି ଭିତରକୁ ପ୍ରବେଶ ନ କରେ ଏଥିପ୍ରତି ନଜର ରଖିବେ । ମୁଖ୍ୟ ଦ୍ୱାରରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜର ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି ।

The post ଶ୍ରୀମନ୍ଦିର ଭିତରକୁ ପାନ ଓ ଗୁଟକା ମନା, ଧରାପଡ଼ିଲେ ଜରିମାନା appeared first on Odisha Reporter.



from Odisha Reporter https://ift.tt/34acDQ3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages