ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଜାରି ରହିଛି ବିବାଦ। ତେଣେ ଚାଷୀ ଅକ୍ଟୋବର ଦୁଇ ଯାଏ ଆନ୍ଦୋଳନ ଅବଧି ବୃଦ୍ଧି କରିଛନ୍ତି। ସରକାର କହୁଛନ୍ତି କଂଗ୍ରେସ ନେତା ଚାଷୀଙ୍କ ହିତ କମ୍ ନିଜ ରାଜନୀତିକ ଲାଭ ପାଇଁ ଚାଷୀଙ୍କୁ ଭ୍ରମିତ କରୁଛନ୍ତି। ଏବେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମଧ୍ୟ କଂଗ୍ରେସ ଶାସିତ ରାଜ୍ୟମାନଙ୍କୁ ଫାର୍ମ ଆକ୍ଟ ବିରୋଧରେ ଏକ ଆଇନ ପ୍ରଣୟନ କରିବାକୁ କହିଛନ୍ତି। ଏହି ବିଲ୍ ଚାଷୀ ବିରୋଧୀ ବୋଲି ସୋନିଆ କହିଛନ୍ତି। ଏହାକୁ ନେଇ ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି ଯେ “୨୦୧୯ ଲୋକସଭା ନିର୍ବାଚନ ବେଳେ ଏପିଏମସି ଆକ୍ଟରେ ସଂଶୋଧନ ବିଷୟରେ କଂଗ୍ରେସ ନିର୍ବାଚନୀ ପ୍ରତିଶ୍ରୁତିରେ ଘୋଷଣା କରିଥିଲା। ଏବେ ବିଜେପି ସରକାର ତାହା କରି ଦେଖାଇଛି। ଏଭଳି ପରିସ୍ଥିତିରେ କଂଗ୍ରେସ କାହିଁକି ବିରୋଧ କରୁଛି? ଯଦି କଂଗ୍ରେସ ବିରୋଧ କରୁଛି, ତେବେ ଦଳ କହିବା ଉଚିତ ଯେ ସେମାନେ ମାନିଫେଷ୍ଟୋରେ ମିଛ ପ୍ରତିଶୃତି ଦେଇଥିଲେ। କଂଗ୍ରେସ ଆଜି କାହିଁକି ରାଜ୍ୟମାନଙ୍କୁ କେନ୍ଦ୍ର ବିରୋଧରେ ଆଇନ ଆଣିବାକୁ କହୁଛି?” କଂଗ୍ରେସ ମାନିଫେଷ୍ଟକୁ ଟ୍ୱିଟ କରି ପଚାରିଛନ୍ତି କି କଂଗ୍ରେସ ଦେଶର ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇଛି କି ବୋଲି ସୀତାରମଣ ପ୍ରଶ୍ନ କରିଛନ୍ତି।
From Section 7 page 9 of the @INCIndia Lok Sabha 2019 manifesto:
“Congress will repeal the Agricultural Produce Market Committees Act and make trade in agricultural produce—including exports and inter-state trade—free from all restrictions.”https://t.co/sZpY0Rgg2c— Nirmala Sitharaman (@nsitharaman) September 29, 2020
ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ସୋମବାର କଂଗ୍ରେସ ଶାସିତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିବା ପାଇଁ ଏକ ଆଇନ ପ୍ରଣୟନ କରିବାକୁ କହିଛନ୍ତି। ସମ୍ବିଧାନର ଧାରା ୨୫୪ (ଏ) ଅନୁଯାୟୀ ଆଇନ ଆଣିବା ପାଇଁ କଂଗ୍ରେସ ଶାସିତ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ସୋନିଆ ଗାନ୍ଧୀ।
The post କୃଷି ଆଇନ ନେଇ ସୋନିଆଙ୍କୁ ସୀତାରମଣଙ୍କ ଟାର୍ଗେଟ୍ appeared first on Odisha Reporter.
from Odisha Reporter https://ift.tt/3cKcaYT
No comments:
Post a Comment