ବୋୖଦ୍ଧ (ଓଡ଼ିଶା ରିପୋର୍ଟର): ବୋୖଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ଲଣ୍ତାପଦର ଗ୍ରାମରେ ବଜ୍ରାଘାତ ଯୋଗୁଁ ୪ଟି ମଇଁଷିଙ୍କ ମୃତ୍ୟୁ ହୋଇଛି ।ମୃତ ମଇଁଷିଙ୍କ ଅନୁମାନିକ ମୂଲ୍ୟ ୧ଲକ୍ଷ ପାଖାପାଖି ହେବ ବୋଲି ଜଣାଯାଇଛି । ଖବର ପାଇଁ ଘଣ୍ଟାପଡା ଏଲ.ଆଇ ପ୍ରଜ୍ଞାସିନୀ ପ୍ରଧାନ ଘଟଣା ସ୍ଥଳକୁ ଯାଇ ତଦାରଖ କରିଥିଲେ।
ବୁଧବାର ହେମନ୍ତ ରଣା ମଇଁଷି ମାନଙ୍କୁ ଗୋଟିଏ ଗଛତଲେ ବାନ୍ଧିଥିଲେ । ଅପରାହ୍ନ ୫ଟା ସମୟରେ ଘଡଘଡି ସହ ବର୍ଷା ହୋଇଥିଲା। ବଜ୍ରାଘାତ ହେବା ଫଳରେ ହେମନ୍ତ ରଣାଙ୍କ ଗୋଟିଏ ଗର୍ଭଣୀ ମଇଁଷି, ଗୋଟିଏ ବର୍ଷକ ଛୁଆ ଓ ଦୁଇଟି ପୋଢ (ଅଣ୍ଡିରା ମଇଁଷି)ର ମୃତ୍ୟୁ ହୋଇଥିଲା।
The post ବଜ୍ରାଘାତରେ ୪ ମଇଁଷି ମୃତ appeared first on Odisha Reporter.
from Odisha Reporter https://ift.tt/3n0KILf
No comments:
Post a Comment