ଶିବସେନା କର୍ମୀ କାହିଁକି ମଦନ ଶର୍ମାଙ୍କୁ ଆକ୍ରମଣ କଲେ, ସଫେଇ ଦେଲେ ସଞ୍ଜୟ ରାଉତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 12, 2020

ଶିବସେନା କର୍ମୀ କାହିଁକି ମଦନ ଶର୍ମାଙ୍କୁ ଆକ୍ରମଣ କଲେ, ସଫେଇ ଦେଲେ ସଞ୍ଜୟ ରାଉତ

ମୁମ୍ବାଇ: ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ଉପରେ ଛଅ ଜଣ ଶିବସେନା କର୍ମୀ କାହିଁକି ଆକ୍ରମଣକ କଲେ ସେ ନେଇ ସଫେଇ ଦେଇଛନ୍ତି ଦଳର ମୁଖପାତ୍ର ସଞ୍ଜୟ ରାଉତ। ସେ ଆକ୍ରମଣକୁ ଯଥାର୍ଥ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିବା ପାଇଁ ଶେୟାର ହୋଇଥିବା କାର୍ଟୁନ କେବେ ଗ୍ରହଣୀୟ ନୁହେଁ। ଯାହା ବି ଶିବସେନା କର୍ମୀ କରିଛନ୍ତି ତାହା ହଠାତ୍ ଏବଂ କ୍ରୋଧିତ ହୋଇ କରିଛନ୍ତି ବୋଲି ସେ କହିଛନ୍ତି।

ଏକ ବିବୃତ୍ତି ଜାରି କରି ସଞ୍ଜୟ ରାଉତ କହିଛନ୍ତି, “ମହାରାଷ୍ଟ୍ରରେ ଆଇନ ଶୃଙ୍ଖଳା ରହିଛି। ଯିଏ ଆଇନକୁ ନିଜ ହାତକୁ ନେବ ସେ ରକ୍ଷା ପାଇବ ନାହିଁ। ଏହା ହେଉଛି ଉଦ୍ଧବ ଠାକରେଙ୍କ ନୀତି। ”

ମଦନ ଶର୍ମା ମୁଖ୍ୟମନ୍ତ୍ରୀଙ୍କର ଯେଉଁ କାର୍ଟୁନ ଶେୟାର କରିଥିଲେ ତାହା ଅପମାନଜନକ ଥିଲା। ଯାହା ଶିବସେନିକମାନଙ୍କୁ କ୍ରୋଧିତ କରିଥିଲା ବୋଲି  ସେ ସଫେଇ ଦେଇଛନ୍ତି।

ତେବେ ବିରୋଧୀ ବିଜେପିକୁ ଜବାବ ଦେବାକୁ ଯାଇ ସେ କହିଛନ୍ତି, ବିଜେପି ଏହାକୁ ନେଇ ରାଜନୀତି କରୁଛି। ଏ ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା ଦୁର୍ଭାଗ୍ୟଜନକ ବୋଲି ସାଂସଦ ସଞ୍ଜୟ ରାଉତ କହିଛନ୍ତି।

ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ରାଜ୍ୟପାଳ କିମ୍ବା ଜଣେ ମୁଖ୍ୟମନ୍ତ୍ରୀଙ୍କ ଭଳି ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କୁ ଯେତେବେଳେ ଅତ୍ୟଧିକ ସମାଲୋଚନା କରାଯାଏ ସେତେବେଳେ ଲୋକଙ୍କ ପାଖରୁ ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ୍ ଛଡ଼ାଇ ନିଆଯାଏ ବୋଲି ରାଉତ କହିଛନ୍ତି।

ଆମ ସମସ୍ତଙ୍କୁ ଦାୟିତ୍ୱବାନ ଏବଂ ପରସ୍ପରର ଭାବନାକୁ ସମ୍ମାନ ଦେବା ଆବଶ୍ୟକ ବୋଲି ରାଉତ କହିଛନ୍ତି। ସମାଜରେ ଶାନ୍ତି ବଜାୟ ରଖିବା ପାଇଁ ସୁନିଶ୍ଚିତ କରିବା କ୍ଷମତାରେ ଥିବା ବ୍ୟକ୍ତିଙ୍କ କର୍ତ୍ତବ୍ୟ ବୋଲି ସେ କହିଛନ୍ତି।

ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଦନ ଶର୍ମାଙ୍କ ଉପରେ ହୋଇଥିବା ଆକ୍ରମଣକୁ “ରାଜ୍ୟ ପ୍ରାୟୋଜିତ ଆତଙ୍କବାଦ” ବୋଲି କହିବା ପରେ ରାଉତ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଗତକାଲି ମଦନଶର୍ମାଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଶିବସେନା କର୍ମୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣକୁ ରାଜନାଥ ନିନ୍ଦା କରିିଥିଲେ।

The post ଶିବସେନା କର୍ମୀ କାହିଁକି ମଦନ ଶର୍ମାଙ୍କୁ ଆକ୍ରମଣ କଲେ, ସଫେଇ ଦେଲେ ସଞ୍ଜୟ ରାଉତ appeared first on Odisha Reporter.



from Odisha Reporter https://ift.tt/32pFLTN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages