କେନ୍ଦୁଝର(ପ୍ରଣୟ ପାଣି):କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଶଙ୍କରପୁର ଗାଁରେ ଗତ ରାତିରେ ଘଟିଯାଇଛି ବିଭତ୍ସ ହତ୍ୟାକାଣ୍ଡ। ମା’ ଝିଅକୁ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇ ଯାଇଥିବା ବେଳେ ବର୍ତ୍ତି ଯାଇଛି ପାଖରେ ଶୋଇଥିବା ୫ ବର୍ଷର ପୁଅ।
ସୂଚନାଯୋଗ୍ୟ, ମହିଳାଜଣକ ଗତରାତିରେ ନିଜ ୭ ବର୍ଷର ଝିଅ ଓ ୫ ବର୍ଷର ପୁଅ ସହ ଘରେ ଶୋଇଥିଲେ। ହେଲେ ବିଳମ୍ବିତ ରାତିରେ ଦୁର୍ବୃତ୍ତ କବାଟ ଭାଙ୍ଗି ଘରେ ପଶି ମା’ ଝିଅଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ହେଲେ ସୌଭାଗ୍ୟବଶତଃ ପାଖରେ ଶୋଇଥିବା ୫ ବର୍ଷର ପୁଅ ଆକ୍ରମଣରୁ ବର୍ତ୍ତି ଯାଇଛି।
ଦୁର୍ବୃତ୍ତମାନେ ଫେରାର ହେବା ପରେ ମା’ ଭଉଣୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ଦେଖି ୫ ବର୍ଷର ପୁଅ ଘର ବାହାରକୁ ଆସି ପଡ଼ୋଶୀଙ୍କୁ ସବୁ କଥା କହିଥିଲେ। ଏହାପରେ ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଚମ୍ପୁଆ ପୋଲିସ, ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ମହିଳାଙ୍କ ସ୍ୱାମୀ ଏକ ମାମଲାରେ ଜେଲ୍ରେ ଥିବା ବେଳେ ସେ ନିଜ ୨ ଛୁଆଙ୍କ ସହ ରହୁଥିଲେ। ହେଲେ କିଏ ଓ କାହିଁକି ମା’ ଝିଅଙ୍କୁ ଏପରି ନିର୍ମମ ଭାବେ ହତ୍ୟା କଲା ତାହା ଜଣାପଡ଼ି ନାହିଁ।
The post ଘରେ ପଶି ମା’ ଝିଅଙ୍କୁ ହାଣି ଦେଲେ, ବର୍ତ୍ତିଗଲା ୫ ବର୍ଷର ପୁଅ appeared first on Odisha Reporter.
from Odisha Reporter https://ift.tt/3kfSmPo
No comments:
Post a Comment