ଆନ୍ଦୋଳନରତ ସାଂସଦଙ୍କୁ ଚା’ ପିଆଇଲେ ହରିବଂଶ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 21, 2020

ଆନ୍ଦୋଳନରତ ସାଂସଦଙ୍କୁ ଚା’ ପିଆଇଲେ ହରିବଂଶ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ୱିତ ହୋଇ ଧାରଣାରେ ବସିଥିବା ଆଠ ରାଜ୍ୟସଭା ସାଂସଦଙ୍କ ପାଇଁ ନିଜେ ମଙ୍ଗଳବାର ସକାଳେ ଚା ଏବଂ ଜଳଖିଆ ନେଇ ଯାଇଥିଲେ ଉପାଧ୍ୟକ୍ଷ ହରିବଂଶ ସିଂହ। ରାଜ୍ୟସଭା ଉପାଧ୍ୟକ୍ଷ ନୁହେଁ ବରଂ ସହଯୋଗୀ ଭାବରେ ଆସିଥିଲି ବୋଲି ହରିବଂଶ କହିଛନ୍ତି। ହରିବଂଶଙ୍କ ଏହଳି ବ୍ୟବହାରକୁ ଆଜିସମସ୍ତେ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଏହା ପ୍ରେରଣାଦୟକ, ଜଣେ ଷ୍ଟେଟସମେନର ଆଚରଣ।

ହରିବଂଶଙ୍କ ଆଚରଣ ବିହାରର ମାନବିକତା ଏବଂ ଆଚରଣକୁ ଦର୍ଶାଉଛି। ଏଭଳି ଆଚରଣ ପ୍ରତ୍ୟେକ ଗଣତନ୍ତ୍ର ପ୍ରେମୀଙ୍କୁ ଗର୍ବିତ କରିବ। କିଛି ଦିନ ପୂର୍ବରୁ ଯେଉଁମାନେ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ଅପମାନିତ କରିଥିଲେ ଆଜି ସେଇମାନଙ୍କୁ ନିଜର ଭାବି ଚା ’ ନେଇଯିବା ଏହା ହିଁ ହରିବଂଶଙ୍କ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିଛି। ହରିବଂଶ ଜଣେ ନମ୍ର ଏବଂ ଏକ ବଡ଼ ହୃଦୟର ବ୍ୟକ୍ତି ବୋଲି ମୋଦି କହିଛନ୍ତି।

ବିରୋଧୀ ବିରୋଧୀ ସାଂସଦମାନେ ମଧ୍ୟ ରାଜ୍ୟସଭାର ଉପାଧ୍ୟକ୍ଷଙ୍କ ଏଭଳି ଆଚରଣକୁ ପ୍ରଶଂସା କରିଛନ୍ତି। ସରକାରଙ୍କ ତରଫରୁ ମଧ୍ୟ କେହି ତାଙ୍କ କଥା ବୁଝିନଥିବା ଆନ୍ଦୋଳନରତ ସାଂସଦ କହିଛନ୍ତି। ହେଲେ ଅନେକ ବିରୋଧୀଦଳ ନେତା ତାଙ୍କ ବିଷୟରେ ପଚାରିବାକୁ ଏବଂ ଦେଖା କରିବାକୁ ଆସିଥିଲେ ବୋଲି ସେମାନେ କହିଛନ୍ତି। ଏହି ପ୍ରଦର୍ଶନ ଜାରି ରହିବ ବୋଲି କଂଗ୍ରେସ ସାଂସଦ ରିପୁନ୍ ବୋରା କହିଛନ୍ତି।

ରବିବାର ରାଜ୍ୟସଭାରେ କୃଷି ବିଲ୍ ପାରିତ ହେବା ବେଳେ ଉପାଧ୍ୟକ୍ଷଙ୍କ ଆସନ ପାଖକୁ ଆସି ବିରୋଧୀ ହଙ୍ଗାମା କରିଥିଲେ। ଯାହାକୁ ନେଇ ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କ୍ଷୁବ୍ଧ ହୋଇ ନିୟମ ଅନୁଯାୟୀ ଆଠ ସାଂସଦଙ୍କୁ ସପ୍ତାହେ ପାଇଁ ନିଲମ୍ୱନ କରିଛନ୍ତି। ଏହାପରେ ସେମାନେ ଧାରଣାରେ ବସିଛନ୍ତି। ଇତି ମଧ୍ୟରେ ବିରୋଧୀଙ୍କ ଦ୍ୱାରା ହରିବଂଶଙ୍କ ବିରୋଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବ ଖାରଜ ହୋଇଛି।

ତେବେ ସଂସଦରେ ଯେଉଁଭଳି ବିରୋଧୀ ଆଚରଣ ଦେଖାଇଲେ ତାହା ତାଙ୍କୁ ମର୍ମାହତ କରିଛି ବୋଲି ହରିବଂଶ କହିଛନ୍ତି। ଏହାକୁ ନେଇ ସେ ଦିନିକିଆ ଉପବାସ କରିବେ ବୋଲି କହିଛନ୍ତି।

ନିଲମ୍ୱିତ ହୋଇଥିବା ଆଠ ସାଂସଦ ହେଲେ ଡେରେକ ଓ’ବ୍ରାଇନ୍ (ଟିଏମସି), ସଞ୍ଜୟ ସିଂ (ଆପ୍), ରାଜୀବ ସତଭ (କଂଗ୍ରେସ), କେ.କେ ରାଗଶ (ସିପିଆଇ-ଏମ), ସୟଦ ନାଜିର ହୁସେନ୍ (କଂଗ୍ରେସ), ରିପୁନ୍ ବୋରେନ୍ (କଂଗ୍ରେସ), ଡୋଲା ସେନ୍ (ଟିଏମସି) ଏବଂ ଏଲାରାମ କରିମ (ସିପିଆଇ-ଏମ) |

The post ଆନ୍ଦୋଳନରତ ସାଂସଦଙ୍କୁ ଚା’ ପିଆଇଲେ ହରିବଂଶ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3iTBPQW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages