ଦାବି ପୂରଣ ନହେଲା ଯାଏ ଗୃହ କାର୍ଯ୍ୟରେ ଯୋଗ ଦେବେନି ବିରୋଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 22, 2020

ଦାବି ପୂରଣ ନହେଲା ଯାଏ ଗୃହ କାର୍ଯ୍ୟରେ ଯୋଗ ଦେବେନି ବିରୋଧୀ

ନୂଆଦିଲ୍ଲୀ: ମଙ୍ଗଳବାର ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ ରାଜ୍ୟସଭାର ଆଠ ଜଣ ସଦସ୍ୟଙ୍କ ନିଲମ୍ବନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ବିରୋଧୀ ଗୃହ କାର୍ଯ୍ୟରେ ଯୋଗଦେବେନି। ଏଥିସହ ଶୂନ୍ୟ କାଳ ପରେ ଗୁଲାମ ନବୀ ଆଜାଦ୍ ଗୃହରେ ଦାବି କରିଛନ୍ତି ଯେ ସରକାର ଏକ ବିଲ୍ ଆଣି ସୁନିଶ୍ଚିତ କରିବା ଦରକାର କି ଘରୋଇ କମ୍ପାନୀମାନେ ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଠାରୁ କମ୍ ମୂଲ୍ୟରେ ଚାଷୀଙ୍କଠୁ ଶସ୍ୟ କିଣି ପାରିବେ ନାହିଁ। ଏଥିସହ ସରକାର ସ୍ନାମୀନାଥନ ଫର୍ମୁଲାରେ ସମୟ ସମୟରେ ଏମଏସପି ସ୍ଥିର କରିବା ଦରକାର। ଏହି ତିନି ଦାବି ପୂରଣ ନହେଲା ଯାଏ ବିରୋଧୀ ଗୃହ କାର୍ଯ୍ୟରେ ଯୋଗ ଦେବେନି ବୋଲି ସେ କହିଛନ୍ତି।

ସେହିପରି ବିଲ୍ ସଂସଦରେ ଆଗତ ହେବା ବେଳେ ଏମଏସପିକୁ ନେଇ ଚର୍ଚ୍ଚା ଚାଲିବା ପରେ ସରକାର ଏମଏସପି ବଢ଼ାଇଛନ୍ତି। ଏହାର ଅର୍ଥ ସରକାର ନିଜ ଭିତରେ ତାଳମେଳ ରଖିପାରୁ ନାହାନ୍ତି ବୋଲି ଆଜାଦ କହିଛନ୍ତି।

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, “ଯଦି ଆମେ ରାଜ୍ୟସଭାରେ ସଂଖ୍ୟା ବିଷୟରେ କହିବା, ତେବେ ସେହି ଦିନ ଆମ ସପକ୍ଷରେ ୧୧୦ ଭୋଟ୍ ଏବଂ ବିରୋଧୀଙ୍କ ପାଖରେ ୭୨ ଭୋଟ୍ ଥିଲା। ଯଦି ସେମାନେ ଆଠ ସାଂସଦଙ୍କ ଦ୍ୱାରା ପ୍ରଦର୍ଶିତ ବିଶୃଙ୍ଖଳିତ ଆଚରଣ ପାଇଁ ଗୃହରେ ଦୁଃଖ ପ୍ରକାଶ କରିବେ ତାହେଲେ ସେମାନେ ସଂସଦ ବାହାରେ ରହିବା ଠିକ୍ ନୁହେଁ।

ରବିବାର ଟିଏମସିର ଡେରେକ ଓ’ବ୍ରାଇନ୍ ଏବଂ ଆପର ସଞ୍ଜୟ ସିଂଙ୍କ ସମେତ ବିରୋଧୀ ଦଳର ଆଠଜଣ ସଦସ୍ୟ ଗୃହରେ ବିଶୃଙ୍ଖଳିତ ଆଚରଣ ଦେଖାଇଥିଲେ। ଏହାପରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କାୟୁ ନାଇଡୁ ତାଙ୍କୁ ସପ୍ତାହେ ପାଇଁ ଗୃହ କାର୍ଯ୍ୟରୁ ନିଲମ୍ୱନ କରିଛନ୍ତି।

ନିଲମ୍ବିତ ସଦସ୍ୟ ହେଲେ କଂଗ୍ରେସର ରାଜୀବ ସତ୍ୟଭ, ସୟଦ ନାଜିର ହୁସେନ୍ ଏବଂ ରିପୁନ୍ ବୋରା, ଟିଏମସିର ଡାରେକ ଓ’ ବ୍ରାଏନ୍ ଏବଂ ଡୋଲା ସେନ୍, ସିପିଆଇ-ଏମ୍ କେ କେ ରାଗଶ ଏବଂ ଇଲାରାମ କରିମ ଏବଂ ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂ।

The post ଦାବି ପୂରଣ ନହେଲା ଯାଏ ଗୃହ କାର୍ଯ୍ୟରେ ଯୋଗ ଦେବେନି ବିରୋଧୀ appeared first on Odisha Reporter.



from Odisha Reporter https://ift.tt/3cmKdpR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages