କଙ୍ଗନାଙ୍କ ଅଫିସ୍‌ ସାମ୍ନାରେ ନୋଟିସ୍ ମାରିଲା ବିଏମ୍‌ସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 8, 2020

କଙ୍ଗନାଙ୍କ ଅଫିସ୍‌ ସାମ୍ନାରେ ନୋଟିସ୍ ମାରିଲା ବିଏମ୍‌ସି

ମୁମ୍ବାଇ: ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହିତ ତୁଳନା କରିଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଶିବସେନାର ଆଇଟି ସେଲ୍ ଠାଣେର ଏକ ଥାନାରେ ଏଫ୍‌ଆଇଆର୍ ଦେଇଥିବା ବେଳେ ଅନ୍ୟପଟେ ବିଏମ୍‌ସି (ବ୍ରିହାନମୁମ୍ବାଇ ମହାନଗର ନିଗମ) ପକ୍ଷରୁ ତାଙ୍କୁ ଦିଆଯାଇଛି ନୋଟିସ୍‌। କଙ୍ଗନାଙ୍କ ଅଫିସ୍‌କୁ ନେଇ ବିଏମ୍‌ସି ପକ୍ଷରୁ ଦିଆଯାଇଛି ଏହି ନୋଟିସ୍‌। ନୋଟିସ୍‌କୁ ତାଙ୍କ ଅଫିସ୍‌ ସମ୍ମୁଖରେ ଲଗାଇ ଦିଆଯାଇଛି। ବିଏମ୍‌ସି ଅଧିକାରୀମାନେ ପ୍ରଥମେ କଙ୍ଗନାଙ୍କ ଅଫିସ୍‌ରେ ଚଢ଼ାଉ କରିଥିଲେ ଓ ତା’ପରେ ନୋଟିସ୍ ପଠାଇଛନ୍ତି।

ବିଏମ୍‌ସି କହିଛି ଯେ କଙ୍ଗନାଙ୍କ ଅଫିସ୍ ବେଆଇନ୍ ଭାବେ ନିର୍ମାଣ କରାଯାଇଛି। ବାଲ୍‌କୋନୀକୁ ରୁମ୍ ଭଳିଆ କରାଯାଇଛି। ସେହିଭଳି ଅନ୍ୟାନ୍ୟ ନିୟମକୁ ବି ଉଲ୍ଲଂଘନ କରାଯାଇଥିବା ବିଏମ୍‌ସି କହିଛି।

ନୋଟିସ୍ ନେଇ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ହିମାଚଳ ପ୍ରଦେଶର ମନାଲିରେ ଥିବା କଙ୍ଗନା। ସେ ଲେଖିଛନ୍ତି- ମୋ ବନ୍ଧୁମାନେ ସୋଶାଲ୍ ମିଡିଆରେ ସମାଲୋଚନା କରିବାକୁ ସେମାନେ ଆଜି ବୁଲ୍‌ଡୋଜର ନେଇ ଆସି ନଥିଲେ। ତା’ବଦଳରେ ନୋଟିସ୍ ମାରି ପଳାଇଛନ୍ତି। ଅଫିସ୍‌ରେ ଲିକେଜ୍ ରୋକିବାକୁ ଚାଲିଥିବା କାମ ବନ୍ଦ କରିବାକୁ କହିଛନ୍ତି। ଏବେ ମୁଁ ବିପଦରେ ଅଛି। କିନ୍ତୁ ଆପଣମାନଙ୍କ ଅପର୍ଯ୍ୟାପ୍ତ ଭଲ ପାଇବା ଓ ସମର୍ଥନ ପାଇଛି।


ଗତକାଲି କଙ୍ଗଦା ଟ୍ୱିଟରେ ଏକ ଭିଡିଓ ପୋଷ୍ଟ୍ କରି କହିଥିଲେ ଯେ ସେମାନେ ତାଙ୍କ ଅଫିସ୍‌ ଭିତରକୁ ଜୋରଜବରଦସ୍ତି ପଶିଆସିଥିଲେ ଓ ମାପଚୁପ କରିଥିଲେ। ପଡ଼ୋଶୀମାନେ ବିରୋଧ କରିବାରୁ ସେମାନଙ୍କୁ ହଇରାଣ କହିଥିଲେ। ବିଏମ୍‌ସି ଅଧିକାରୀମାନେ କହିଥିଲେ ସେ ମ୍ୟାଡାମ୍ ଯାହା ସବୁ କରିଛନ୍ତି, ସେଥିପାଇଁ ତାଙ୍କୁ ଭୋଗିବାକୁ ପଡ଼ିବ। ସେମାନେ ମଙ୍ଗଳବାର ତାଙ୍କ ଅଫିସ୍ ଭାଙ୍ଗିବାକୁ ଧମକ ଦେଇ ଯାଇଥିବା କଥା ବି ସେ କହିଥିଲେ।


କଙ୍ଗନା ଅନ୍ୟ ଏକ ଟ୍ୱିଟ୍‌ରେ କହିଥିଲେ ଯେ ତାଙ୍କ ଅଫିସ୍ ଆଦୌ ବେଆଇନ୍ ଭାବେ ନିର୍ମାଣ ହୋଇନାହିଁ।

The post କଙ୍ଗନାଙ୍କ ଅଫିସ୍‌ ସାମ୍ନାରେ ନୋଟିସ୍ ମାରିଲା ବିଏମ୍‌ସି appeared first on Odisha Reporter.



from Odisha Reporter https://ift.tt/2F8xHOv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages