ଜଳେଶ୍ୱର(ଅଜିତ ଦାସ): ଲଘୁଚାପ ଜନିତ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲିଠାରୁ ବର୍ଷା ହେବା ଫଳରେ ନଦୀର ଜଳସ୍ତର ବଢିବାରେ ଲାଗିଛି।
ନଦୀର ମଥାନୀଠାରେ ବିପଦ ସଙ୍କେତ ୫.୫୦ ଥିବାବେଳେ ସକାଳ ୭ଟା ସୁଧା ୬.୮୦ ମିଟର ଜଳ ପ୍ରବାହିତ ହେଉଛି। ଯଦି ଏହିଭଳି ଭାବରେ ବର୍ଷା ଲାଗିରହେ ତେବେ ବସ୍ତା ବ୍ଳକ୍ ର ୧୦ଟି ପଞ୍ଚାୟତ ଓ ସଦର ବ୍ଳକ୍ ର 2ଟି ପଞ୍ଚାୟତରେ ବନ୍ୟା ହେବାର ଆଶଙ୍କା ରହିଛି |
The post ବିପଦ ସଙ୍କେତ ଉପରେ ଜଳକା appeared first on Odisha Reporter.
from Odisha Reporter https://ift.tt/2RK14JE
No comments:
Post a Comment