ଭାରତ ଛାଡ଼ିବ ହାର୍ଲି ଡେଭିଡସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 24, 2020

ଭାରତ ଛାଡ଼ିବ ହାର୍ଲି ଡେଭିଡସନ

ନୂଆଦିଲ୍ଲୀ: ଆମେରିକୀୟ ବ୍ରାଣ୍ଡର ବାଇକ ହାର୍ଲି ଡେଭିଡସନ ଖୁବ୍‌ ଶୀଘ୍ର ଭାରତ ଛାଡ଼ିବ । ନିଜ କାରବାରର ପୁନର୍ବିନ୍ୟାସ ପାଇଁ  କମ୍ପାନୀ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଭାରତରେ ଏହାର ଉତ୍ପାଦନ ଓ ବିକ୍ରୟକୁ ବନ୍ଦ କରିଦେଇଛି ହାର୍ଲି ଡେଭିଡସନ ।

ଯେଉଁ ଦେଶରେ ବାଇକ୍ ଅଧିକ ବିକ୍ରି ହେଉଛି, ସେହି ଦେଶରେ ଏହାର କାରବାରକୁ ବଢ଼ାଇବା ଲାଗି କମ୍ପାନୀ  ଗୁରୁତ୍ୱ ଦେଉଛି।  ତା ସହିତ ଯେଉଁ ଦେଶରେ ବ୍ରାଣ୍ଡର ଚାହିଦା ନାହିଁ ସେ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ଭାରତରେ ହାର୍ଲି ଡେଭିଡସନ ଗାଡ଼ିର ବଜାର ଚାହିଦା ନଥିବାରୁ ଏପରି  ନିଷ୍ପତ୍ତି ନେଇଛି କଂପାନୀ । ଏନେଇ କଂପାନୀ ପକ୍ଷରୁ ବିବୃତି ଜାରି କରି ସ୍ପଷ୍ଟ କରାଯାଇଛି ।

ହରିଆଣାର ବଓ୍ୱାଲରେ  ଥିବା କମ୍ପାନୀର ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟକୁ ବନ୍ଦ କରାଯିବା ସହ ଗୁରୁଗ୍ରାମରେ ଥିବା ଅଫିସକୁ ମଧ୍ୟ ଛୋଟ କରାଯାଇଛି। ଫଳରେ ୭୦  କର୍ମଚାରୀ ଚାକିରୀ ହରାଇଥିବା ଜଣାପଡ଼ିଛି । ତେବେ ପୂର୍ବରୁ ବିକ୍ରି ହୋଇଥିବା ଗାଡ଼ିକୁ ସର୍ଭିସ ଯୋଗାଇଦେବାକୁ କଂପାନୀ ସମସ୍ତ ବ୍ୟବସ୍ଥା କରିବା ସହ ଗ୍ରାହକଙ୍କୁ ପୂର୍ବରୁ କମ୍ପାନୀ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଉଥିବା କୁହାଯାଇଛି ।

The post ଭାରତ ଛାଡ଼ିବ ହାର୍ଲି ଡେଭିଡସନ appeared first on Odisha Reporter.



from Odisha Reporter https://ift.tt/2RZvPua

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages