ରାୟଗଡ଼ା (ମନୋଜ ପାତ୍ର): ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚୋରାଚାଲାଣ। ତା’ପୁଣି ପ୍ୟାକେଟ୍ ପ୍ୟାକେଟ୍। ରାୟଗଡ଼ା ଜିଲ୍ଲାରେ ଏଭଳି ଅଭିନବ ଢଙ୍ଗରେ ଗଞ୍ଜେଇ ଚୋରାଚାଲାଣ ଘଟଣା ଧରାପଡ଼ିଛି ପରିବହନ ବିଭାଗ ହାତରେ।
ରାୟଗଡ଼ା ଆର୍ଟିଓଙ୍କ ପକ୍ଷରୁ ଚେକିଂ ଚାଲିଥିବା ବେଳେ ହାବୁଡ଼ରେ ପଡ଼ିଥିଲା ଏହି ବୋଝେଇ ଟ୍ୟାଙ୍କର୍। ଯାଞ୍ଚ ବେଳେ ଏହାର କାଗଜପତ୍ର ଠିକ୍ ନଥିବା ଜଣାପଡ଼ିଥିଲା। ଏହା ପରେ ଆର୍ଟିଓ ଅଧିକାରୀମାନେ ଏହାକୁ ଅଟକାଇ ଅଧିକ ଯାଞ୍ଚ କରିଥିଲେ। ଆଉ ସେହି ସମୟରେ ଟ୍ୟାଙ୍କର ଭିତରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା।
ଏହା ପରେ ଆର୍ଟିଓ କର୍ତ୍ତୃପକ୍ଷ ଉକ୍ତ ଟ୍ୟାଙ୍କର ଓ ଡ୍ରାଇଭରକୁ ରାୟଗଡ଼ା ପୁଲିସ୍କୁ ହସ୍ତାନ୍ତର କରିଥିଲେ।
The post ଚାଲାକି କରି ତେଲ ଟ୍ୟାଙ୍କରରେ ନେଉଥିଲେ, କିନ୍ତୁ କାଗଜପତ୍ର ଠିକ୍ ନଥିବାରୁ ଫସିଗଲେ appeared first on Odisha Reporter.
from Odisha Reporter https://ift.tt/3keRJ91
No comments:
Post a Comment