ଦୁର୍ଗାପୂଜା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋକିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 14, 2020

ଦୁର୍ଗାପୂଜା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋକିମ୍‌

କଟକ (ଓଡ଼ିଶା ରିପୋର୍ଟର): ଆଗକୁ ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀପୂଜା ଆଦି ଆସୁଥିବା ବେଳେ କରୋନାକୁ ଦୃଷ୍ଟିରେ ରଖି ସରକାର କିଛି ଦିନ ତଳେ ଗାଇଡ୍‌ଲାଇନ୍ ଜାରି କରିଥିଲେ। ଏଥିରେ ମଣ୍ଡପ ଗୁଡ଼ିକରେ ହେଉଥିବା ପୂଜାଗୁଡ଼ିକ ପାଇଁ ବିଭିନ୍ନ କଟକଣା ଜାରି କରାଯାଇଛି। ସେଥିରେ ଥିବା ବିଭିନ୍ନ କଟକଣା ମଧ୍ୟରୁ ଦୁଇଟି ହେଉଛି- ମୂର୍ତ୍ତିଗୁଡ଼ିକା ଉଚ୍ଚତା ୪ ଫୁଟ୍‌ରୁ କମ୍ ରହିବ। ସେହିପରି ମଣ୍ଡପର ତିନି ପାର୍ଶ୍ୱ ସଂପୂର୍ଣ୍ଣ ବନ୍ଦ ରହିବ ଓ ଚତୁର୍ଥ ପାର୍ଶ୍ୱ ଆଂଶିକ ବନ୍ଦ ରହିବ। ତେବେ ଏହାକୁ ଅନେକ ଗ୍ରହଣ କରିପାରିନାହାନ୍ତି।

ଏହାକୁ ବିରୋଧ କରି କଟକର ବାଲୁ ବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କଂଗ୍ରେସ ନେତା ତଥା କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମ୍ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ଛୋଟମୂର୍ତ୍ତି ଓ ପରଦାଟାଣି ପୂଜା କରିବା ନେଇ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ ପ୍ରତ୍ୟାହାର କରି ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି।

ସେ ଲେଖିଛନ୍ତି, କଟକ ସହରର ଦୁର୍ଗାପୂଜା ୫ ଶହ ବର୍ଷର ପୁରୁଣା ସଂସ୍କୃତି ଓ ପରମ୍ପରା। ତେଣୁ ଏହିଭଳି ଏକ ସର୍ବସାଧାରଣଙ୍କ ପାର୍ବଣରେ ଛୋଟ ମୂର୍ତ୍ତି ନିର୍ମାଣ ଓ ପରଦାଟାଣି ପୂଜା ଭଳି ନିଷ୍ପତ୍ତି ଠିକ୍ ନୁହେଁ।

ଏହା ସହିତ କୋଭିଡ୍ କଟକଣା ସହ ପାରମ୍ପରିକ ରୀତିରେ ପୂଜା ପାଇଁ ଅନୁମତି ଦେବାକୁ ମୋକିମ୍ ତାଙ୍କ‌ ଚିଠିରେ ଦାବି କରିଛନ୍ତି।

The post ଦୁର୍ଗାପୂଜା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋକିମ୍‌ appeared first on Odisha Reporter.



from Odisha Reporter https://ift.tt/3hsQfGt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages