ଲାଲୁ ଜେଲରେ ଥାଇ ପ୍ରତିଦିନ ଫୋନରେ କଥା ହେଉଛନ୍ତି: ଆରଜେଡି ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 21, 2020

ଲାଲୁ ଜେଲରେ ଥାଇ ପ୍ରତିଦିନ ଫୋନରେ କଥା ହେଉଛନ୍ତି: ଆରଜେଡି ନେତା

ପାଟଣା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଛି। ଏହାରି ଭିତରେ ଦଳ ଭିତରର ଗୁମର ଖୋଲିଛନ୍ତ ଆରଜେଡି ନେତା। ରାଞ୍ଚି ଜେଲରେ ଲାଲୁ ରହିଛନ୍ତି। ପ୍ରତିଦିନ ରାତିରେ ତାଙ୍କ ସହିତ କଥା ହୋଇପାରୁଛୁ ବୋଲି ଆରଜେଡି ନେତା ପ୍ରଚାର ବେଳେ କହୁ କହୁ କହି ଦେଇଛନ୍ତି। ଯାହାକି ରାଞ୍ଚି ଜେଲ ପ୍ରଶାସନ ଉପରେ ମଧ୍ୟ ଅଙ୍ଗଳୁ ଉଠିଛି। ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ରାଞ୍ଚି ଜେଲରେ ସଜା କାଟୁଛନ୍ତି ଲାଲୁ ପ୍ରସାଦ ଯାଦବ।

ଗୟା ଜିଲ୍ଲାର ଆରେଜେଡି ନେତା କମଲେଶ ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହୋଇଛି। କମଲେଶ ଶର୍ମା କିଛି ଦିନ ପୂର୍ବରୁ ଟିକାରିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆରଜେଡି କର୍ମୀଙ୍କୁ ସମ୍ବୋଧିତ କରୁଥିଲେ। ଯେଉଁଥିରେ ସେ କହିଛନ୍ତି, ସେ ପ୍ରତିଦିନ ଲାଲୁ ପ୍ରସାଦ ଯାଦବଙ୍କ ସହ ଫୋନରେ କଥା ହେଉଛନ୍ତି ଏବଂ ନିର୍ବାଚନ ଉପରେ ଆଲୋଚନା ହେଉଛି।

ଭାଇରାଲ ଭିଡିଓ ସଂପର୍କରେ ଯେତେବେଳେ କମଲେଶ ଶର୍ମାଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିଲେ ସେ କହିଛନ୍ତି, ଲାଲୁ ପ୍ରସାଦ ଯାଦବଙ୍କ ନା ନେଲେ ଶ୍ରମିକମାନେ ଖୁସି ହେଉଛନ୍ତି। ତେଣୁ ତାଙ୍କ ନାମ ନିଆଯାଉଛି। ବିରୋଧୀ ଏହାକୁ ଭୁଲ୍ ଭାବରେ ଭାଇରାଲ କରୁଛନ୍ତି। ଏହା ଏକ ବିଷୟ ନୁହେଁ, ଫୋନରେ ତେଜସ୍ୱୀ ଯାଦବଙ୍କ ସହ ନିର୍ବାଚନ ବିଷୟରେ ଲାଲୁ କଥାବାର୍ତ୍ତା ହୁଅନ୍ତି ବୋଲି ସେ କହିଛନ୍ତି।

କମଲେଶଙ୍କୁ ନିକଟରେ ଜେଡିୟୁ ବହିଷ୍କାର କରିଥିଲା। ଏହାପରେ ସେ ଆରଜେଡ଼ିରେ ଯୋଗ ଦେଇଛନ୍ତି। ନିର୍ବାଚନରେ ସେ ଆରଜେ଼ଡିର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି।

The post ଲାଲୁ ଜେଲରେ ଥାଇ ପ୍ରତିଦିନ ଫୋନରେ କଥା ହେଉଛନ୍ତି: ଆରଜେଡି ନେତା appeared first on Odisha Reporter.



from Odisha Reporter https://ift.tt/3cfWi05

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages