ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ ବ୍ୟୁରୋ କଣ୍ଟ୍ରୋଲ (ଏନସିବି) ତଦନ୍ତ କରୁଛି୍। ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କ ସମେତ ମୋଟ୍ ୧୮ ଜଣ ଏଯାବତ ଗିରଫ ହୋଇଛନ୍ତି। ସେ ୨୫ ବଲିଉଡ ସେଲିବ୍ରେଟଙ୍କ ନାମ ମଧ୍ୟ ଏନସିବିକୁ ଦେଇଥିବା କୁହାଯାଉଛି।
ଏହାରି ଭିତରେ ଏନସିବି ମହାନିର୍ଦ୍ଦେଶକ ରାକେଶ ଆସ୍ଥାନା ଏହି ପ୍ରସଙ୍ଗରେ ଆଉଟଲୁକ୍ ପତ୍ରିକାକୁ ସାକ୍ଷାତକାର ଦେଇଛନ୍ତି। ସେ କହିଛନ୍ତି, ରିୟାଙ୍କ ସହ ଅନ୍ତର୍ଜାତୀୟ ଏଜେନ୍ସିର ଗଭୀର ଲିଙ୍କ୍ ରହିଛି। ଡ୍ରଗ୍ସ ରାକେଟର ଚେର ପର୍ଯ୍ୟନ୍ତ ପହଞ୍ଚିବାକୁ ଏନସିବି ଚେଷ୍ଟା କରୁଛି। ଦେଶରେ ଡ୍ରଗ୍ସ ଚୋରା ଚାଲାଣ ତଥା ବ୍ୟବହାର ବଢ଼ାଇବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି।
ରାକେଶ ଆସ୍ଥାନା ଆହୁରି କହିଛନ୍ତି ଯେ ରିଆ ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ସିଣ୍ଡିକେଟ୍ ଛୋଟ ନୁହେଁ। ତଦନ୍ତ ବେଳେ ଦୁବାଇ ଏବଂ ଆତଙ୍କବାଦୀ ଲିଙ୍କ ଥିବାର ସନ୍ଦେହ ପ୍ରକାଶ ପାଇଛି। ବିଭିନ୍ନ ପାର୍ଟିକୁ ଡ୍ରଗ୍ସ ଅଣାଯାଇଥିଲା ଆଉ ସେହି ପଇସାରେ ଡ୍ରଗ୍ସ କାରବାରକୁ ବଢ଼ାଇବାକୁ ଚେଷ୍ଟା କରାଯାଉଛି।
ଯେଉଁ ଡ୍ରଗ୍ସ ବ୍ୟବସାୟ ପାଇଁ ଆସୁଛି ତାହା କ୍ୟୁରେଟେଡ୍ ମାର୍ଜୁଏନା ଗୁଣ୍ଡ। ଏହାର ଦାମ କିଲୋଗ୍ରାମ ପିଛା ପ୍ରାୟ 8 ଲକ୍ଷ ଟଙ୍କା। ରିଆ ଚକ୍ରବର୍ତ୍ତୀଙ୍କ ପରି ବ୍ୟବସାୟୀଙ୍କୁ କ୍ଷମା ଦିଆଯାଇପାରିବ ନାହିଁ। ସେମାନେ ରୋଲ୍ ମଡେଲ ଯାହାକୁ ଅନେକ ଆଦର୍ଶ ବୋଲି ଭାବୁଥିବେ। କେବେ ରିଆଙ୍କ ଗିରଫଦାରୀ ଓ ଜରେ ପରେ ବଲିଉଡ ଲିଙ୍କର ମଧ୍ୟ ତଦନ୍ତ ଚାଲିଛି। ପ୍ରମାଣ ସଂଗ୍ରହ କରାଯାଉଛି। ସମସ୍ତ ତଥ୍ୟ ପାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆସ୍ଥାନା କହିଛନ୍ତି।
The post ରିଆ ଜଣେ ଛୋଟ ଡ୍ରଗ୍ସ ବ୍ୟବସାୟୀ ନୁହେଁ: ଏନସିବି ମୁଖ୍ୟ appeared first on Odisha Reporter.
from Odisha Reporter https://ift.tt/3clUOkL
No comments:
Post a Comment