ମୁମ୍ୱାଇ: ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରସ୍ମା ପ୍ରକାଶ ଏବଂ KWAN ଟ୍ୟାଲେଣ୍ଟ ଏଜେନ୍ସିର ସିଇଓ ଧୁରଭୀ ଚିତଗୋପେକରଙ୍କୁ ନାର୍କୋଟିମ୍ କଣ୍ଟ୍ରୋଲ ବ୍ୟୁରୋ ନୋଟିସ୍ ପଠାଇଛି। ଆଜି ଅପରାହ୍ନରେ ଉଭୟଙ୍କୁ ଏନସିବି ପଚରାଉଚରା କରିବ ବୋଲି ଜଣାପଡ଼ିଛି। କରିସ୍ମା ପ୍ରକାଶ ଏହି ଟେଲେଣ୍ଟ ଏଜେନ୍ସିର କର୍ମଚାରୀ ବୋଲି ଜଣାପଡ଼ିଛି।
ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଏନସିବି ସମନ ପଠାଇଛି। ଏବେ ରାଜପୁତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହଙ୍କୁ ସୋମବାର ଏନସିବି ପଚରାଉଚରା କରିଥିଲା। ଆଜି ମଧ୍ୟ ସେ ହାଜର ହେବେ ବୋଲି ଜଣାପଡ଼ିଛି। ଗତକାଲି ମିଡିଆର ଏକ ଚାଟ ସାମ୍ନାକୁ ଆସିଛି। ଯେଉଁଥିରେ ଦୀପିତା ପାଦୁକୋନଙ୍କ ନାଁ ସାମ୍ନାକୁ ଆସିଛି। ଏନସିବି ରାଜପୁତଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ସମେତ ୧୨ ରୁ ଅଧିକ ଲୋକଙ୍କୁ ଗିରଫ କରି ସାରିଛି। ସୁଶାନ୍ତ (୩୪) ଜୁନ୍ ୧୪ ରେ ତାଙ୍କ ବାନ୍ଦ୍ରା ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ।
The post ଡ୍ରଗ୍ସ ଲିଙ୍କ୍, ଦୀପିକାଙ୍କ ସହଯୋଗୀଙ୍କୁ ସମନ କଲା ଏନସିବି appeared first on Odisha Reporter.
from Odisha Reporter https://ift.tt/2FPQXRd
No comments:
Post a Comment