ନୂଆଦିଲ୍ଲୀ: ଚୂଡ଼ାନ୍ତ ଏକଦାଶକୁ ନେଇ ଯାବତୀୟ ଶଙ୍କା ସତ୍ତ୍ୱେ ମୁମ୍ବାଇ ଇଣ୍ଡିଆନସ ସହ ଉଦଘାଟନୀ ମ୍ୟାଚରେ ୱିନିଂ ଟ୍ରାକକୁ ଫେରି କ୍ୟାପଟେନ୍ କୁଲଙ୍କ ସୁପର୍ କିଙ୍ଗସ୍ ଏବେ ଆତ୍ମବିଶ୍ୱାସର ଶିଖରରେ ଅଛି। ଅମ୍ବାତି ରାୟୁଡ଼ୁ ଓ ଫାପ୍ ଡୁ ପ୍ଲେସିସଙ୍କ ଭଳି ତିରିଶିରୁ ଅଧିକ ବର୍ଷର ଖେଳାଳିଙ୍କ କମାଲ୍ ପ୍ରଦର୍ଶନ ଦଳୀୟ ସନ୍ତୁଳନକୁ ନେଇ ଉଠିଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି। ପ୍ରାୟ ବର୍ଷେ ପରେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟକୁ ଫେରିଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ଗତ ମ୍ୟାଚରେ ଖାତା ଖୋଲିବାକୁ ନ ଦେଇ ମଧ୍ୟ ବିଜୟ ହାସଲ କରିବା ଦଳ ପାଇଁ ବଡ଼ ଉପଲବ୍ଧ ପାଲଟିଛି। ଏଭଳି ସ୍ଥିତିରେ ଆଜି ଧୋନୀବାହିନୀ ନିଜର ଦ୍ୱିତୀୟ ମ୍ୟାଚରେ ଷ୍ଟିଭ୍ ସ୍ମିଥଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସକୁ ଭେଟିବ।
ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏଯାଏ ଦଳ ସହ ଯୋଗ ଦେଇ ନଥିବାବେଳେ ଜୋସ୍ ବଟଲର କ୍ୱାରାଇଣ୍ଟିନରେ ଥିବାରୁ ରାଜସ୍ଥାନ ରୟାଲସର ଏହି ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ। ଏହି ଦୁଇ ତାରକାଙ୍କ ବିନା ରୟାଲସ ଅପେକ୍ଷାକୃତ ଦୁର୍ବଳ ମନେ ହେଉଥିଲେ ହେଁ ଭେଟେରାନ୍ ରବିନ୍ ଉତ୍ଥାପ୍ପା, ଉଦୀୟମାନ ସଂଜୁ ସାମସନଙ୍କ ସହ ଇଂଲିଶ ଅଲରାଉଣ୍ଡର ଟମ୍ କୁରାନ୍ ଓ ବିସ୍ଫୋରକ ଡେଭିଡ୍ ମିଲର୍ ଏହି ଅଭାବ ପୂରଣ କରିବାକୁ ସୁଯୋଗ ଅପେକ୍ଷାରେ ରହିବେ। ଏହା ସହ ଅଲରାଉଣ୍ଡର ଶ୍ରେୟସ ଗୋପାଲ୍ ମଧ୍ୟ ଉପଯୋଗୀ ଇନିଂସ ଖେଳିବାର ଦକ୍ଷତା ରଖିଛନ୍ତି। ତେବେ ସିଏସକେ ବିପକ୍ଷ ମ୍ୟାଚକୁ କବଜା କରିବାକୁ ହେଲେ ଅଧିନାୟକ ଷ୍ଟିଭେନ୍ ସ୍ମିଥ ଓ ଇଂଲିଶ ଦ୍ରୁତ ବୋଲର ଜେଫ୍ରା ଆର୍ଚର୍ ଙ୍କୁ ସେମାନଙ୍କ ଖ୍ୟାତି ଅନୁଯାୟୀ ପ୍ରଦର୍ଶନ ଦେବାକୁ ପଡ଼ିବ। ଯଦି ଏହି ଦୁଇ ବିଦେଶୀ ତାରକା ସେମାନଙ୍କ ସ୍ଥିର ପ୍ରଦର୍ଶନ ଜାରି ରଖିବେ, ତେବେ ଧୋନିବାହିନୀକୁ ବିଜୟ ଧାରା କାଏମ ରଖିବା ମୁସ୍କିଲ ହୋଇଯିବ।
ତେବେ ଆଜିର ରୋଚକ ମୁକାବିଲାରେ ଦୁଇ ଇଂଲିଶ ଅଲରାଉଣ୍ଡର୍ ଭ୍ରାତା ସାମ୍ କୁରାନ୍ ଓ ଟମ୍ କୁରାନ୍ ପରସ୍ପର ବିରୋଧରେ ପଡ଼ିଆକୁ ଓହ୍ଲାଇବେ।
The post ଆଜି ରୟାଲ୍ସ-ସୁପର କିଙ୍ଗସ୍ ମୁକାବିଲା: ଧୋନିବାହିନୀ ଉପରେ ଭାରି ପଡ଼ିପାରନ୍ତି ସ୍ମିଥ୍-ଆର୍ଚର୍ appeared first on Odisha Reporter.
from Odisha Reporter https://ift.tt/2ZY0210
No comments:
Post a Comment