କରୋନା ଟେଷ୍ଟ୍ ପାଇଁ ଡାକ୍ତରଖାନା ଆସିଥିବା ବ୍ୟକ୍ତିଙ୍କ ମୃତ୍ୟୁ, ରିପୋର୍ଟ ପଜିଟିଭ୍ ଆସିବା ପରେ ଟଳିପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 14, 2020

କରୋନା ଟେଷ୍ଟ୍ ପାଇଁ ଡାକ୍ତରଖାନା ଆସିଥିବା ବ୍ୟକ୍ତିଙ୍କ ମୃତ୍ୟୁ, ରିପୋର୍ଟ ପଜିଟିଭ୍ ଆସିବା ପରେ ଟଳିପଡ଼ିଲେ

ଢେଙ୍କନାଳ (ରାଜଶ୍ରୀ ଶତପଥୀ): ହଜିଗଲା ମାନବିକତା। ରୋଗୀଙ୍କୁ ଚିକିତ୍ସା କରିବା ତ ଦୂରର କଥା ଆହା ପଦେ କହିବା ପାଇଁ ବି କେହି ବାହାରିଲେନି। ଢେଙ୍କାନାଳ ମୁଖ୍ୟଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।

ଏଥିରେ ଦେଖିବାକୁ ମିଳିଛି ଯେ ମେଡିକାଲ ପରିସରରେ ତଳେ ପଡ଼ିଛନ୍ତି ଜଣେ ରୋଗୀ। ଆଉ ତାଙ୍କୁ ଚିକିତ୍ସା କରାଇବାକୁ ନେହୁରା ହେଉଛନ୍ତି ଜଣେ ମହିଳା। ମାତ୍ର ସେଠାରେ ଥିବା ସୁରକ୍ଷାକର୍ମୀ କି ଅନ୍ୟ କୌଣସି କର୍ମଚାରୀ ସହାୟତା ପାଇଁ ଆଗେଇ ଆସୁନାହାନ୍ତି।
ମହିଳା ଜଣକ କୌଣସି ଉପାୟ ନପାଇ ରୋଗୀଙ୍କ ଛାତିକୁ ଦବାଉଛନ୍ତି। ଆଉ ନିଜେ ରୋଗୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।
ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ଅନୁଗୁଳର ଜଣେ ସରକାରୀ କର୍ମଚାରୀ। ତାଙ୍କ ଘର ଢେଙ୍କାନାଳରେ ବୋଲି ଜଣାପଡ଼ିଛି। ସେ ଗତକାଲି କୋଭିଡ୍ ଟେଷ୍ଟ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ମାତ୍ର କୋଭିଡ୍ ପଜିଟିଭ୍ ବାହାରିବା ପରେ ସେ ତଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସିଡିଏମ୍ଓ କହିଛନ୍ତି।

The post କରୋନା ଟେଷ୍ଟ୍ ପାଇଁ ଡାକ୍ତରଖାନା ଆସିଥିବା ବ୍ୟକ୍ତିଙ୍କ ମୃତ୍ୟୁ, ରିପୋର୍ଟ ପଜିଟିଭ୍ ଆସିବା ପରେ ଟଳିପଡ଼ିଲେ appeared first on Odisha Reporter.



from Odisha Reporter https://ift.tt/3bYwbKQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages