ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ଆଉ ୮୩,୮୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯ ଲକ୍ଷ ଟପି ଯାଇଛି।
ଦେଶରେ ବର୍ତ୍ତମାନ ସୁଦ୍ଧା ୪୯, ୩୦,୨୩୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୮,୫୯,୩୯୯ ଜଣ ସୁସ୍ଥ ହୋଇସାରିଲେଣି। ୯,୯୦,୦୬୧ ଜଣ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮୦ ହଜାର ଅତିକ୍ରମ କରିଛି।
ଗତ ୨୪ ଘଣ୍ଟାରେ ୧୦୫୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ଆସିଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦,୭୭୬ରେ ପହଞ୍ଚି ଯାଇଛି।
The post ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦ ହଜାର ଟପିଲା appeared first on Odisha Reporter.
from Odisha Reporter https://ift.tt/35CWzZq
No comments:
Post a Comment