ମୁମ୍ବାଇ: ପୃଥ୍ୱୀ ଶ’ ଜଣେ ଯୁବ କ୍ରିକେଟ୍ର। ଟିମ୍ ଇଣ୍ଡିଆ ତରଫରୁ ଏଯାଏଁ ବହୁତ ମ୍ୟାଚ୍ ଖେଳି ନଥିଲେ ମଧ୍ୟ ଯେତିକି ଖେଳିଛନ୍ତି, ସେତିକିରେ ନିଜ ଦକ୍ଷତା ଦେଖାଇ ସାରିଛନ୍ତି। ଏମିତିକି ସଚିନ୍ ତେନ୍ଦୁଲକର ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି। ତେବେ ଭିନ୍ନ କାରଣରୁ ଏବେ ଚର୍ଚ୍ଚାରେ ରହିଛନ୍ତି ପୃଥ୍ୱୀ ଶ’। ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ ଦେଖିଲେ ଲାଗୁଛି ସେ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ଏମିତି ଲାଗୁଛି ସେମାନେ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି।
ଏହି ଅଭିନେତ୍ରୀ ଜଣଙ୍କ ଟେଲିଭିଜନ ଜଗତ ସହିତ ଜଡ଼ିତ। ତାଙ୍କ ନାଁ ପ୍ରାଚୀ ସିଂହ। ସେ ପ୍ରସିଦ୍ଧ ସିରିଏଲ୍ ‘ଉଡ଼ାନ୍’ରୁ ତାଙ୍କ କ୍ୟାରୟର ଆରମ୍ଭ କରିଥିଲେ।
ପୃଥ୍ୱୀଙ୍କ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ ଗୁଡ଼ିକ ଉପରେ ପ୍ରାଚୀ ଯେଉଁ ପ୍ରତିକ୍ରିୟା ଦେଉଛନ୍ତି, ସେଥିରୁ ଜଣାପଡ଼ୁଛି ଯେ ଦୁହେଁ କେବଳ ବନ୍ଧୁ ନୁହନ୍ତି, ତା’ଠାରୁ ଅଧିକ। ପ୍ରାଚୀ ତାଙ୍କୁ କ୍ୟୁଟି କହି ସମ୍ବୋଧନ କରୁଥିବା ଏଥିରେ ଦେଖିବାକୁ ମିଳିଛି।
ପ୍ରାଚୀ କ୍ରମାଗତ ଭାବେ ପୃଥ୍ୱୀଙ୍କ ପୋଷ୍ଟ ଗୁଡ଼ିକୁ ପସନ୍ଦ କରୁଛନ୍ତି ନହେଲେ ପ୍ରତିକ୍ରିୟା ଦେଉଛନ୍ତି। ପୃଥ୍ୱୀ ବି ଚୁପ୍ ବସୁ ନାହାନ୍ତି। ପ୍ରାଚୀଙ୍କ ପ୍ରତିକ୍ରିୟା ଉପରେ ସେ ନିଜର ମତ ରଖୁଛନ୍ତି ନ ହେଲେ ସେଗୁଡ଼ିକୁ ଲାଇକ୍ କରୁଛନ୍ତି।
ପୃଥ୍ୱୀ ଓ ପ୍ରାଚୀ ବର୍ତ୍ତମାନ ଯାଏଁ ସେମାନଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ କିଛି କହି ନାହାନ୍ତି। କିନ୍ତୁ ପୃଥ୍ୱୀଙ୍କ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ ଗୁଡ଼ିକୁ ବରାବର ଦେଖୁଥିବା ସୋଶାଲ୍ ମିଡିଆ ୟୁଜରମାନେ ସେମାନଙ୍କ ମଧ୍ୟରେ ନିଶ୍ଚୟ କିଛି ଅଛି ବୋଲି କହୁଛନ୍ତି।
ଅନ୍ୟପକ୍ଷରେ ପ୍ରାଚୀ ଇନ୍ଷ୍ଟାଗ୍ରାମରେ ଗତକାଲି କରିଥିବା ଏକ ପୋଷ୍ଟକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି। ‘ରୋଜା’ ଫିଲ୍ମର ଏକ ଗୀତରେ ସେ ନାଚୁଥିବାର ଭିଡିଓକୁ ପୋଷ୍ଟ କରିଛନ୍ତି।
The post ଅଭିନେତ୍ରୀଙ୍କ ପ୍ରେମରେ ପୃଥ୍ୱୀ ଶ’! appeared first on Odisha Reporter.
from Odisha Reporter https://ift.tt/2Rb649R
No comments:
Post a Comment