ନବୀନଙ୍କୁ ଫୋନ୍‌ କରି ସମର୍ଥନ ଲୋଡ଼ିଲେ ନୀତିଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 10, 2020

ନବୀନଙ୍କୁ ଫୋନ୍‌ କରି ସମର୍ଥନ ଲୋଡ଼ିଲେ ନୀତିଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଚଳିତ ବର୍ଷ ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବା ଲାଗି ନବୀନଙ୍କୁ ଅନୁରୋଧ କରିଛନ୍ତି ନୀତିଶ।

ଫୋନ୍ ବାର୍ତ୍ତାଳାପ ବେଳେ ନୀତିଶ କହିଛନ୍ତି ଯେ, ତାଙ୍କ ଦଳ ପକ୍ଷରୁ ହରିବଂଶ ନାରାୟଣ ସିଂହଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ କରାଯାଇଛି । ଏଣୁ ଏହି ନିର୍ବାଚନରେ ବିଜେଡି ହରିବଂଶଙ୍କୁ ସମର୍ଥନ କରିବା ଲାଗି ନୀତିଶ କୁମାର ନବୀନଙ୍କୁ ଅନୁରୋଧ କରିଛନ୍ତି ।

ଗତଥର ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶଙ୍କ ପ୍ରାର୍ଥିତ୍ୱକୁ ବିଜେଡି ସମର୍ଥନ କରିଥିଲା । ତେବେ ଏଥର ନୀତିଶଙ୍କ ଫୋନ୍ ପରେ ବି ନବୀନଙ୍କ ମତାମତ ଜଣାପଡ଼ିନି ।

The post ନବୀନଙ୍କୁ ଫୋନ୍‌ କରି ସମର୍ଥନ ଲୋଡ଼ିଲେ ନୀତିଶ appeared first on Odisha Reporter.



from Odisha Reporter https://ift.tt/3ifcfFO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages