ଉହାନ ଲ୍ୟାବରୁ ତିଆରି ହୋଇଛି କରୋନା ଭାଇରସ, ଏହାର ପ୍ରମାଣ ଅଛି: ଚୀନ୍ ବିଶେଷଜ୍ଞ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 14, 2020

ଉହାନ ଲ୍ୟାବରୁ ତିଆରି ହୋଇଛି କରୋନା ଭାଇରସ, ଏହାର ପ୍ରମାଣ ଅଛି: ଚୀନ୍ ବିଶେଷଜ୍ଞ

ନୂଆଦିଲ୍ଲୀ: ଦଶ ମାସରୁ ଅଧିକ ସମୟ ହେବ ସାରା ବିଶ୍ୱରେ ସାରା ବିଶ୍ୱରେ କରୋନା ଭାଇରସ୍ ବିସ୍ତାର କରିଛି। ହେଲେ ଏଯାଏ ପ୍ରମାଣ ମିଳିନି କରୋନା ଭାଇରସ କେଉଁଠୁ ବ୍ୟାପିଛି। କିଛି ବିଶେଷଜ୍ଞ ଓ ଡାକ୍ତର କିନ୍ତୁ ଆକଳନ କରିଛନ୍ତି ଏହି ଭାଇରସ ମନୁଷ୍ୟକୃତ। ଚୀନର ଉହାନରେ ଥିବା ଲ୍ୟାବ ପାଖରେ ଥିବା ମାଂସ ବଜାରରୁ ଏହି ଘାତକ ଭାଇରସ ବ୍ୟାପିଛି। ହେଲେ ଏଯାଏ ଏହାର କୌଣସି ପ୍ରମାଣ ମିଳିନି। ଚୀନ୍ ମଧ୍ୟ ଏଭଳି ଅଭିଯୋଗକୁ ଖଣ୍ଡନ କରି ଆସୁଛି।

ଏବେ ଚୀନର ଜଣେ ଭାଇରୋଲୋଜିଷ୍ଟ ତଥା ହ୍ୱସିଲବ୍ଲୋର ଲି-ମେଙ୍ଗ ୟାନ୍ ସାମନ ଦାବି କରିଛନ୍ତି। ସେ କହିଛନ୍ତି କରୋନା ଭାଇରସ୍ ଉହାନର ଏକ ସରକାରୀ ନିୟନ୍ତ୍ରିତ ଲାବୋରେଟୋରୀରେ ତିଆରି ହୋଇଛି। ପ୍ରମାଣ କରିବା ପାଇଁ ସମସ୍ତ ସାଇଣ୍ଟିଫିକ୍ ତଥ୍ୟ ରହିଛି।

ଲି-ମେଙ୍ଗ ଏବେ ଆମେରିକାରେ ଅଛନ୍ତି। ଜୀବନ ପ୍ରତି ବିପଦ ରହିଥିବା ଆଶଙ୍କା କରି ସେ ଚଳିତ ବର୍ଷ ଆରମ୍ଭରେ ହଂକଂ ଛାଡି ପଳାଇଥିଲେ। ସୁରକ୍ଷା ଦୃଷ୍ଟିରୁ ସେ ଏବେ ଆମେରିକାରେ ଲୁଚି ରହିଛନ୍ତି।

ଚୀନ୍ ଏହାକୁ ସର୍ବସାଧାରଣରେ ସ୍ୱୀକାର କରିବା ପୂର୍ବରୁ ସତ ଘୋଡ଼ାଇବା ପାଇଁ ସମସ୍ତ ପ୍ରସ୍ତୁତି କରୁଛି।

ହଂକଂ ସ୍କୁଲ ଅଫ୍ ପବ୍ଲିକ୍ ହେଲଥର ଭାଇରୋଲୋଜି ଏବଂ ଇମ୍ୟୁନୋଲୋଜିରେ ବିଶେଷଜ୍ଞ ହେଉଛନ୍ତି ଲି-ମେଙ୍ଗ।

ସାରା ବିଶ୍ୱରେ କରୋନା ଭାଇରସକୁ ଯେଉଁମାନେ ପ୍ରଥମେ ଗବେଷଣା କରିଛନ୍ତି ସେମାନଙ୍କ ମଧ୍ୟରେ ଲି-ମେଙ୍ଗ ଅନ୍ୟତମ। ଡିସେମ୍ବର 2019 ଶେଷରେ ଚାଇନାର ଉହାନ ସହରରୁ ଏହି ଭାଇରସ ବ୍ୟାପିଛି।

The post ଉହାନ ଲ୍ୟାବରୁ ତିଆରି ହୋଇଛି କରୋନା ଭାଇରସ, ଏହାର ପ୍ରମାଣ ଅଛି: ଚୀନ୍ ବିଶେଷଜ୍ଞ appeared first on Odisha Reporter.



from Odisha Reporter https://ift.tt/2FtQKTf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages