ଯୁବକ,ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 14, 2020

ଯୁବକ,ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ମୋହଣ୍ଡ ପଞ୍ଚାୟତ ଅନ୍ତର୍ଗତ ଦୁଗୁଲିପାରା ଗାଁରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ପ୍ରେମୀ ଯୁଗଳ ବୋଲି କୁହାଯାଉଛି।

ଗାଁ ଠାରୁ କିଛି ଦୂର ରେ ଥିବା ପାହାଡ଼ ନିକଟରେ ଏକ ଚାଖୁଣ୍ଡା ଗଛରେ ଗୋଟିଏ ଓଢ଼ଣିରେ ସେମାନଙ୍କ ମୃତଦେହ ଝୁଲି ରହିଥିଲା। ଗାଁ ଲୋକେ ଏହା ଦେଖି ରାଇଘର ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍ ଘଟଣାସ୍ଥଳ ଯାଞ୍ଚ କରିବା ସହିତ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି, ତାହା ଜଣାପଡ଼ିବ ବୋଲି ପୁଲିସ୍ କହିଛି। ଏହା ସହିତ ପୁଲିସ୍ ଘଟଣାକୁ ନେଇ ଖୋଳତାଡ଼ ଜାରି ରଖିଛି।

ମୃତ ଯୁବକ ଜଣଙ୍କ ଦୁଗୁଲିପାରା ଗାଁର ହୋଇଥିବା ବେଳେ ଯୁବତୀ ଜଣଙ୍କ ଘର ନିକଟସ୍ଥ ବିଡ଼ିସାରି ଗାଁରେ ବୋଲି ଜଣାପଡ଼ିଛି।

The post ଯୁବକ,ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର appeared first on Odisha Reporter.



from Odisha Reporter https://ift.tt/2Fi7QUz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages