ଗୀତ ଟ୍ରାନ୍ସଫର କରିବାକୁ ସିମ୍‌ ନେଲେ, ପରେ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ୭୦ ହଜାର ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 6, 2020

ଗୀତ ଟ୍ରାନ୍ସଫର କରିବାକୁ ସିମ୍‌ ନେଲେ, ପରେ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ୭୦ ହଜାର ଟଙ୍କା

ସୋନପୁର(ରବୀନ୍ଦ୍ର ହୋତା): ଜଣେ କୃଷକଙ୍କ ସ୍ମାର୍ଟ ଫୋନର ଅପବ୍ୟବହାର କରି ୩ ଲକ୍ଷ ୭୦ ହଜାର ଟଙ୍କା ଚଳୁ ହୋଇଯାଇଛି।  ଗୀତ ଟ୍ରାନ୍ସଫର କରିବା ବାହାନାରେ କୃଷକଙ୍କ ଫୋନ୍‌ରୁ ସିମ୍‌ କାଢିନେଇ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଦେଲେ ଜଣେ ନାବାଳକ।  ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ସାରସମାଳ ଗାଁରେ ଏପରି ହୋଇଥିବା ଅଭିଯୋଗ ହୋଇଛି। ଥାନାରେ ଏତଲା ପରେ ପୋଲିସ ଘଟଣାର ଖୋଳତାଡ କରି ୪ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ।

ଅଭିଯୋଗ ଅନୁଯାୟୀ, ସାରସମାଳ ଗାଁର ରାଘବ ମାଝି ନାମକ ଚାଷୀଙ୍କ ସ୍ମାର୍ଟଫୋନରେ ତାଙ୍କ ପୁଅ ଖେଳୁଥିଲା। ଏହି ସମୟରେ ଘର ପାଖର ଜଣେ ୧୭ ବର୍ଷୀୟ ନାବାଳାକ ଏହାକୁ ନେଇଯାଇଥିଲା ।  ଗୀତ ଟ୍ରାନ୍ସଫର କରିବା ବାହାନାରେ ସିମ୍‌କୁ କାଢିନେଇ ନିଜ ଫୋନରେ ପକାଇଥିଲା । ତେବେ ଚଞ୍ଚକତା କରି ପର୍ଯ୍ୟାୟକ୍ରମେ ତାଙ୍କ ଆକାଉଣ୍ଟରୁ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲା ।

ଚାଷୀଜଣଙ୍କ ବ୍ୟାଙ୍କକୁ ଟଙ୍କା ଉଠାଣ ପାଇଁ ଯିବା ପରେ ଏହା ଜଣାପଡିଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରି ସମୁଦାୟ ୭ ଜଣଙ୍କୁ ଗିରଫ କରିଛି।

The post ଗୀତ ଟ୍ରାନ୍ସଫର କରିବାକୁ ସିମ୍‌ ନେଲେ, ପରେ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ୭୦ ହଜାର ଟଙ୍କା appeared first on Odisha Reporter.



from Odisha Reporter https://ift.tt/2GwHI8p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages