ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ପୁଣି ୯୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ରମାଗତ ଦ୍ୱିତୀୟ ଦିନରେ ଦେଶରେ ୯୦ ହଜାରରୁ ଅଧିକ ପଜିଟିଭ୍ କେସ୍ ଆସିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ଅତିକ୍ରମ କରିଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରୁ ୯୦,୮୦୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨,୦୪,୬୧୪ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩୨,୫୦,୪୨୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୮,୮୨,୫୪୨ ଜଣ ଚିକିତ୍ସାଧୀନ ଅଛନ୍ତି।
ସେହିପରି ଗତ ୨୪ ଘଣ୍ଟାରେ ୧,୦୧୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୭୧, ୬୪୨ରେ ପହଞ୍ଚିଯାଇଛି।
The post ଦେଶରେ ପୁଣି ଗୋଟିଏ ଦିନରେ ୯୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3i9PyD8
No comments:
Post a Comment