କୋଲକାତା: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସର ପୂର୍ବତନ ନେତା ତଥା ଏବେର ବିଜେପିର ମହାସଚିବ ଅନୁପମ ହାଜ୍ରା କହିଛନ୍ତି, ଯଦି ସେ କରୋନାରେ ଆକ୍ରାନ୍ତ ହେବେ, ତା’ହେଲେ ସେ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବେ।
ପୂର୍ବତନ ଟିଏମସି ସାଂସଦ ହାଜ୍ରା ଦକ୍ଷିଣ 24 ପରଗାନା ଜିଲ୍ଲାର ବାରୁପୁରରେ ସେ ଦଳୀୟ କର୍ମୀଙ୍କ ଏକ ବୈଠକରେ ଯୋଗଦେବାକୁ ଯାଇଥିଲେ। ଏହାପରେ ମିଡିଆକୁ ପ୍ରତିକ୍ରିୟାକୁ ଦେଇ ସେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସବୁଠୁ ବଡ଼ କଥା ହେଲା ଏହି ସଭାରେ ବିଜେପି ନେତା ତଥା ଓ କର୍ମୀ କେହି ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା।
ସେ କହିଛନ୍ତି, ଆମଦ ଦଳୀୟ କର୍ମୀ ଏବେ କରୋନା ଅପେକ୍ଷା ବଡ଼ ଶତ୍ରୁ ମମତା ବାନାର୍ଜୀ ସହ ଲଢୁଛନ୍ତି। ଯଦି ମୁଁ କରୋନାରେ ସଂକ୍ରମିତ ହୁଏ ତେବେ ମୁଁ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବି। ତେବେ ସେ କାହିଁକି ମାସ୍କ ପିନ୍ଧୁ ନାହାନ୍ତି ପ୍ରଶ୍ୱର ଜବାବରେ ସେ କହିଛନ୍ତି, କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହ କିରୋସିନିରେ ପୋଡି ଦିଆଯାଉଛି। ମୃତ ବିଲେଇ କିମ୍ବା କୁକୁରମାନଙ୍କୁ ମଧ୍ୟ ଏଭଳି କରାଯାଏ ନାହିଁ ବୋଲି ସେ ମାସ୍କ ପିନ୍ଧୁ ନ ପିନ୍ଧିବାର କାରଣ ବୋଲି କହିଥିଲେ।
ସୂଚନାଯୋଗ୍ୟ, ବିଜେପି ସଭାପତି ଜେପି ନାଡ୍ଡା ଗତ ଶନିବାର ଦଳର ସାଂଗଠନିକ ପରିବର୍ତ୍ତନ କରିଥିଲେ। ଏହି ନୂଆ ତାଲିକାରେ ଟିଏମସିର ଦୁଇ ପୂର୍ବତନ ନେତା ମୁକୁଲ ରୟ ଏବଂ ଅନୁପମ ହଜ୍ରାଙ୍କୁ ପଦୋନ୍ନୀତୀ ମିଳିଛି। ମୁକୁଲ ରୟ ଦଳର ଜାତୀୟ ଉପାଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହୋଇଥିବା ବେଳେ ଅନୁପମ ହାଜ୍ରୀ ମହାସଚିବ ପଦବୀରେ ନିଯୁକ୍ତ ହୋଇଛନ୍ତି। 2019ରେ ଲୋକସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିର ଯୋଗ ଦେଇଥିଲେ ହାଜ୍ରା।
The post ‘ଯଦି ମୁଁ କରୋନାରେ ଆକ୍ରାନ୍ତ ହେବି, ତା’ହେଲେ ମମତାଙ୍କୁ ଆଲିଙ୍ଗନ କରିବି’ appeared first on Odisha Reporter.
from Odisha Reporter https://ift.tt/36iBiVz
No comments:
Post a Comment