ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୁବ୍ କମ୍ ଦିନ ମଧ୍ୟରେ ଯୁବପିଢ଼ିଙ୍କ ନୂଆ ହ୍ୟାଙ୍ଗଆଉଟ ଡେଷ୍ଟିନେସନ ପାଲଟିଥିବା ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଆଖି ଲାଖି ଯାଉଥିବା ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ସବୁଦିନ ପର୍ଯ୍ୟଟକଙ୍କ ଗହଳି ଲାଗୁଥିବା ବେଳେ ଏଠାରେ କିନ୍ତୁ ପାଦେ ପାଦେ ବିପଦ। ସ୍ଥାନୀୟ ଅଞ୍ଚଳ ଏକ ପଥର ଖଣି ହୋଇଥିବାବେଳେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ ରହିଛି । ତେଣୁ ହାତିଅ ମୁଣ୍ଡିଆ ପଥର ଖଣି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।
ଆଜିଠାରୁ କେହି ତାପଙ୍ଗ ବୁଲି ନ ଯିବାକୁ ସତର୍କ କରିଛି ଜିଲ୍ଲା ପ୍ରଶାସନ । ବାରଣ ସତ୍ତ୍ୱେ ଯଦି କେହି ବୁଲିବାକୁ ଆସନ୍ତି ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ସୂଚନଯୋଗ୍ୟ, ହାତିଆ ମୁଣ୍ଡିଆର ଅନେକ ଭିଡିଓ ଏବଂ ଚିତ୍ତାକର୍ଷକ ଫଟୋ ସୋଶାଲ ମିଡିଆରେ ଦେଖି ଏଠାକୁ ପର୍ଯ୍ୟଟକଙ୍କ ଗହଳି ଲାଗୁଥିଲା। କେହି କେହି ଏହାକୁ ଓଡ଼ିଶାର ଲଦାଖ ବୋଲି ମଧ୍ୟ କହିବାକୁ ପଛାଉ ନାହାନ୍ତି। କିନ୍ତୁ ହାତିଆ ମୁଣ୍ଡିଆ ଅଞ୍ଚଳ ଏକ ପଥର ଖାଦାନ ହୋଇଥିବାବେଳେ ବର୍ଷା ପରଠୁ ଏଠାରେ ପାଣି ଜମି ରହିଛି। ଦେଖିବାକୁ ସୁନ୍ଦର ହୋଇଥିଲେ ମଧ୍ୟ ଏହି ଅଞ୍ଚଳରେ ପାଦେ ପାଦେ ବିପଦ ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।
The post ଓଡ଼ିଶାର ଲଦାଖ ପାଲଟିଥିବା ହାତିଆ ମୁଣ୍ଡିଆ ଏବେ ନିଷିଦ୍ଧାଞ୍ଚଳ appeared first on Odisha Reporter.
from Odisha Reporter https://ift.tt/343G5aD
No comments:
Post a Comment