କରୋନା ଲଢ଼େଇକୁ ଝଟକା, ହ୍ୟୁମାନ ଟ୍ରାଏଲ ବେଳେ ଟିକା ନେଇ ଜଣେ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 8, 2020

କରୋନା ଲଢ଼େଇକୁ ଝଟକା, ହ୍ୟୁମାନ ଟ୍ରାଏଲ ବେଳେ ଟିକା ନେଇ ଜଣେ ଅସୁସ୍ଥ

ନୂଆଦିଲ୍ଲୀ: କରୋନା ଲଢ଼େଇକୁ ଲାଗିଛି ଏକ ବଡ଼ ଝଟକା ।  ଟ୍ରାଏଲ ବେଳେ ଜଣେ ବ୍ୟକ୍ତି ଅସୁସ୍ଥ ହେବାରୁ ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ କରୋନା ଟିକାର ପରୀକ୍ଷଣ ସ୍ଥଗିତ ରଖାଯାଇଛି ।

ହ୍ୟୁମାନ ଟ୍ରାଏଲର ତୃତୀୟ ପର୍ଯ୍ୟାୟରେ ଟିକା ନେବା ପରେ ଜଣେ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇଥିଲେ । ଏଣୁ ଏହାକୁ ତର୍ଜମା କରିବା ଲାଗି ବର୍ତ୍ତମାନ ପାଇଁ ପରୀକ୍ଷଣ ବନ୍ଦ ରଖାଯାଇଛି । ପରୀକ୍ଷଣ ବେଳେ ବିଭିନ୍ନ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବାର ଆଶଙ୍କା ଥିବାରୁ ଏହାକୁ ନିୟମିତ ସମୀକ୍ଷା କରାଯାଉଛି । ତେଣୁ ପରୀକ୍ଷଣ ସ୍ଥଗିତ ରଖାଯାଇଛି ବୋଲି ଆଷ୍ଟ୍ରାଜେନେକା ପକ୍ଷରୁ କୁହାଯାଇଛି । ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଆମେରିକା, ବ୍ରିଟେନ ଓ ଭାରତରେ ଏହି ଟିକା ପ୍ରସ୍ତୁତ କରାଯାଉଛି ।

ସୂଚନା ଅନୁସାରେ ଟିକା ପ୍ରୟୋଗ ପରେ ସମସ୍ୟା ଦେଖାଦେଇନଥିଲା  । ହେଲେ ପରେ ସଂପୃକ୍ତ ବ୍ୟକ୍ତି ଅସୁସ୍ଥ ହେବାରୁ ଟିକାର ଗୁଣବତ୍ତାକୁ ପରୀକ୍ଷା କରାଯାଉଛି ।

ଆଷ୍ଟ୍ରାଜେନେକା ଏବେ କରୋନା ଭ୍ୟାକସିନ୍‌ର ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ କରୁଥିବା ୯ କମ୍ପାନୀ ମଧ୍ୟରୁ ଅନ୍ୟତମ। ଯୁକ୍ତରାଷ୍ଟ୍ର ଆମେରିକାରେ କମ୍ପାନୀ ପକ୍ଷରୁ ୩୦ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଭ୍ୟାକସିନର ଟ୍ରାଏଲ କରାଯିବା ନିମନ୍ତେ ପଞ୍ଜୀକରଣ କରାଯାଇଛି।

The post କରୋନା ଲଢ଼େଇକୁ ଝଟକା, ହ୍ୟୁମାନ ଟ୍ରାଏଲ ବେଳେ ଟିକା ନେଇ ଜଣେ ଅସୁସ୍ଥ appeared first on Odisha Reporter.



from Odisha Reporter https://ift.tt/35jVPIA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages