ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍ସିବି) ଗତକାଲି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେ ଆବେଦନ କରିଥିବା ଜାମିନ ବି ଖାରଜ ହୋଇଯାଇଛି।
ସୂଚନା ଅନୁଯାୟୀ, ସୁଶାନ୍ତଙ୍କୁ ରିଆ ଡ୍ରଗ୍ସ ଯୋଗାଉଥିବା ନେଇ ଜେରା ବେଳେ ସ୍ୱୀକାର କରିଥିଲେ। ତେବେ ସେ ଡ୍ରଗ୍ସ ସେବନ କରନ୍ତି ନାହିଁ ବୋଲି କହିଥିଲେ।
ଏହି ଖବର ଆସିବା ପରେ ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଏକ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ ରିଆ ଡ୍ରଗ୍ସ ସେବନ କରୁ ନଥିଲେ। କିନ୍ତୁ ସୁଶାନ୍ତଙ୍କୁ ଯୋଗାଇ ଦେଉଥିଲେ। ଏଭଳି କ୍ଷେତ୍ରରେ ଯଦି ସେ (ସୁଶାନ୍ତ) ଜୀବିତ ଥା’ନ୍ତେ, ତା’ହେଲେ ସେ ବି ଜେଲ୍ ଭିତରେ ଥା’ନ୍ତେ? ସେ (ରିଆ) ତା’ହେଲେ ଜବରଦସ୍ତି ତାଙ୍କୁ ଡ୍ରଗ୍ସ ଦେଉଥିଲେ। ହଁ, ଠିକ୍ ଏମିତି ହିଁ ଘଟିଛି। ଆମେ କରି ଦେଖାଇ ଦେଲେ।
ସୂଚନାଯୋଗ୍ୟ, ଏନ୍ସିବିର ରିମାଣ୍ଡ କପିରେ ରିଆଙ୍କୁ ଡ୍ରଗ୍ ସିଣ୍ଡିକେଟ୍ର ସକ୍ରିୟ ସଦସ୍ୟ ଭାବେ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି, ରିଆ ଡ୍ରଗ୍ସ ସେବନ କରୁଥିବା କଥାକୁ ସ୍ୱୀକାର କରି ନାହାନ୍ତି। ସେ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଡ୍ରଗ୍ସ ଯୋଗାଡ଼ କରୁଥିଲେ ଓ ଚୋରାରେ ଡ୍ରଗ୍ସ ଯୋଉଥିବା ଏଜେଣ୍ଟଙ୍କ ସହ ସଂପର୍କରେ ରହିଥିଲେ।
The post ସୁଶାନ୍ତ ଜୀବିତ ଥିଲେ ଜେଲ୍ରେ ଥା’ନ୍ତେ?, ଜଣେ ଅଭିନେତ୍ରୀ କରିଛନ୍ତି ଏହି ପ୍ରଶ୍ନ appeared first on Odisha Reporter.
from Odisha Reporter https://ift.tt/3m2dCKk
No comments:
Post a Comment