ପାଟନା: ବିହାର ପୁଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ୱର ପାଣ୍ଡେ ଲଗାତର ଖବରର ଶିରୋନାମାରେ ରହିଆସିଛନ୍ତି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଜନମାନସରେ ଖୁବ୍ ଚର୍ଚ୍ଚା ସାଉଁଟି ଥିବା ଡିଜିପି ପାଣ୍ଡେ ମଙ୍ଗଳବାର ସ୍ୱେଚ୍ଛାକୃତ ଅବସର ନେବା ପରେ ପୁଣି ଏବେ ଚର୍ଚ୍ଚାକୁ ଆସିଛନ୍ତି। କାରଣ ଡିଜିପି ପାଣ୍ଡେ ଭିଆରଏସ ଲାଗି ଆବେଦନ କରୁ କରୁ ତାଙ୍କୁ ତୁରନ୍ତ ସ୍ୱୀକୃତି ମଧ୍ୟ ମିଳିଯାଇଛି। ଏଣୁ ଏହା ପଛରେ ନିଶ୍ଚିତ ଅନ୍ୟ କିଛି କାରଣ ଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି।
କୁହାଯାଉଛି ଡିଜିପି ପାଣ୍ଡେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିପାରନ୍ତି। ଏ ସବୁ ଭିତରେ ବିଗ୍ ବସ୍ ଫେମ୍ ଦୀପକ ଠାକୁର ଡିଜିପି ପାଣ୍ଡେଙ୍କୁ ନେଇ ଏକ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି, ଯାହା ଏବେ ପୁଣି ରହିଛି ଚର୍ଚ୍ଚାରେ…
ବିଗ୍ ବସ୍ ଫେମ୍ ଦୀପକ ଠାକୁର ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କ ପାଇଁ ଏକ ଗୀତ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି, ଯାହାର ନାମ ‘ରବିନ୍ ହୁଡ୍ ବିହାର କେ’। ଏହି ଗୀତଟିକୁ ଡିଟି ପ୍ରଡକ୍ସନ ଚ୍ୟାନେଲରେ ରିଲିଜ୍ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଲକ୍ଷାଧିକ ଲୋକ ଦେଖିସାରିଲେଣି। ଗୀତଟିକୁ ଲୋକେ ଖୁବ୍ ପସନ୍ଦ କରୁଥିବା ବେଳେ ଉଭୟ ଦୀପକ ଠାକୁର ଏବଂ ଗୁପ୍ତେଶ୍ୱର ପାଣ୍ଡେଙ୍କ ଫ୍ୟାନମାନେ ଏଥିରେ କମେଣ୍ଟ ଦେଉଛନ୍ତି।
ବିହାର ପୂର୍ବ ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କୁ ନେଇ ନିର୍ମିତ ଏହି ମ୍ୟୁଜିକ୍ ଭିଡିଓଟିରେ ଡିଜିପି ପାଣ୍ଡେଙ୍କ ଖୁବ୍ ପ୍ରଶଂସା କରାଯାଇଛି। ସେହିପରି ପାଣ୍ଡେଜୀଙ୍କ ଅନ୍ଦାଜ ମଧ୍ୟ ଲୋକଙ୍କୁ ବେଶ ପସନ୍ଦ ଆସିଛି। ଅପରାଧୀମାନଙ୍କ ପ୍ରତି ଡିଜିପିଙ୍କ ଅନ୍ଦାଜ ଆଉ ଆକ୍ସନକୁ ଗୀତର ସଂଳାପ ମାଧ୍ୟମରେ ବର୍ଣ୍ଣନା କରାଯାଇଛି। ମୋଟାମୋଟି ଭାବେ ଡିଜିପି ପାଣ୍ଡେଙ୍କ କାମ କରିବା ଶୈଳୀକୁ ଗୀତରେ ଭୁରି ଭୁରି ପ୍ରଶଂସା କରାଯାଇଛି। ଭିଡିଓରେ ଖୋଦ୍ ଗୁପ୍ତେଶ୍ୱର ପାଣ୍ଡେଙ୍କୁ ମଧ୍ୟ ଦେଖିବାକୁ ମିଳିଛି।
The post ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ‘ରବିନ୍ ହୁଡ୍ ବିହାର କେ’ ମ୍ୟୁଜିକ୍ ଭିଡିଓ ଭାଇରାଲ୍ appeared first on Odisha Reporter.
from Odisha Reporter https://ift.tt/2G7xpY9
No comments:
Post a Comment