ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ । ହାଇକୋର୍ଟର କିଛି ବିଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବାରୁ ଏହି ୨ ଦିନ କୋର୍ଟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରେଜିଷ୍ଟ୍ରାର ଜେନେରାଲ । ଦୁଇ ଦିନ ଧରି ହାଇକୋର୍ଟ ସମେତ ଏହାର କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ । ଏହି ସମୟରେ ହାଇକୋର୍ଟର ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ କରାଯିବ ।
ଅଜି ପ୍ରକାଶିତ କଜ୍ ଲିଷ୍ଟକୁ ୨୩ ତାରିଖରେ ଶୁଣାଣି ସହ ୨୨, ୨୩, ୨୪, ୨୫ ତାରିଖ ପାଇଁ ସଂରକ୍ଷିତ ଥିବା ଜାମିନ୍ ଆବେଦନଗୁଡ଼ିକ ଏହାର ପରବର୍ତ୍ତୀ ଦିନମାନଙ୍କରେ ବିଚାର କରାଯିବ ବୋଲି ରେଜିଷ୍ଟ୍ରାର ଜେନରାଲଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
The post ଆଜି ଓ ଆସନ୍ତାକାଲି ବନ୍ଦ ରହିବ ହାଇକୋର୍ଟ appeared first on Odisha Reporter.
from Odisha Reporter https://ift.tt/2RQq1mB
No comments:
Post a Comment