ଆଜିଠୁ ଏହି ସବୁ ରାଜ୍ୟରେ ଖୋଲିବ ସ୍କୁଲ; ନିଜ ଇଚ୍ଛାରେ ଆସିବେ ପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 20, 2020

ଆଜିଠୁ ଏହି ସବୁ ରାଜ୍ୟରେ ଖୋଲିବ ସ୍କୁଲ; ନିଜ ଇଚ୍ଛାରେ ଆସିବେ ପିଲା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସି ନ ଥିବା ସତ୍ତ୍ୱେ ଅନ୍‌ଲକ୍‌ ଫୋର୍ ଗାଇଡଲାଇନ୍ ସହିତ କେତେକ ରାଜ୍ୟରେ ଆଜିଠୁ ସ୍କୁଲ ଖୋଲିବାକୁ ଯାଉଛି ।  ଏବେ ବି ବହୁ ରାଜ୍ୟ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ସ୍କୁଲ, କଲେଜ ଖୋଲିବାକୁ ଅମଙ୍ଗ ହେଉଛନ୍ତି।  କୋଭିଡ କଟକଣା ସହିତ ଯେଉଁ ରାଜ୍ୟଗୁଡ଼ିକରେ ଆଜିଠାରୁ ସ୍କୁଲ ଖୋଲିବ, ସେହି ରାଜ୍ୟଗୁଡ଼ିକ ହେଲା ଆସାମ, ଆନ୍ଧ୍ର, କର୍ଣ୍ଣାଟକ, ହରିୟାଣା, ହିମାଚଳ ପ୍ରଦେଶ,  ଜାମ୍ମୁ କାଶ୍ମୀର, ମେଘାଳୟ ଓ ନାଗାଲାଣ୍ଡ । ମଧ୍ୟପ୍ରଦେଶ ସରକାର ମଧ୍ୟ ନିଜସ୍ୱ ଗାଇଡ୍‌ଲାଇନ୍ ଜାରି କରିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରାଳୟର ଏସ୍ଓପି ପାଳନ ସହିତ ଏହି ରାଜ୍ୟଗୁଡ଼ିକରେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀର ପିଲା ସ୍କୁଲ ଆସିବେ ବୋଲି ଜଣାପଡ଼ିଛି। ଏଥିପାଇଁ କେତେକ ନିୟମାବଳୀ ଜାରି କରାଯାଇଛି। ଏହି ନିୟମଗୁଡ଼ିକ ହେଉଛି —

  • ଅଭିଭାବକଙ୍କ ଲିଖିତ ଅନୁମତି ଓ ଶିକ୍ଷକଙ୍କ ପରାମର୍ଶ ଅନୁଯାୟୀ ପିଲାମାନେ ନିଜ ଇଚ୍ଛାରେ ସ୍କୁଲ ଆସିବେ ।
  • ୫୦ ପ୍ରତିଶତ ଶିକ୍ଷକ ଓ ୫୦ ପ୍ରତିଶତ ଅଣଶିକ୍ଷକ ସ୍କୁଲରେ ଉପସ୍ଥିତ ରହିବେ।
  • ଅନ୍‌ଲାଇନ୍ ପାଠପଢ଼ା, ଟେଲି କାଉନ୍ସେଲିଂ ଓ ଅନ୍ୟ କାମରେ ଏମାନେ ନିୟୋଜିତ ହେବେ।
  • ଯେଉଁ ରାଜ୍ୟଗୁଡ଼ିକରେ ସ୍କୁଲ ଖୋଲିବେ, ସ୍କୁଲଗୁଡ଼ିକରେ ଥର୍ମାଲ ସ୍କାନର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି  ।
  • ସ୍କୁଲରେ ପ୍ରବେଶ ପୂର୍ବରୁ ତାପମାତ୍ରା ନିହାତି ଯାଞ୍ଚ ହେବ ।
  • ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌ର ପ୍ରସ୍ତାବ ଦିଆଯାଇଛି  ।
  • ମାସ୍କ ଓ ସାନିଟାଇଜର୍ ଜରୁରୀ । ହାତ ମଧ୍ୟ ବାରମ୍ବାର ଧୋଇବାକୁ ପଡ଼ିବ ।

କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲାଯାଇ ପାରିବ ଓ ନବମର ଦ୍ୱାଦଶ ଶ୍ରେଣୀର ପିଲା ସ୍କୁଲକୁ ଆସିପାରିବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଥିଲା।

ଅପରପକ୍ଷେ ଏବେ ବି ବହୁ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସି ନ ଥିବାରୁ ସ୍କୁଲ ଖୋଲା ଯାଇ ନାହିଁ। ଓଡ଼ିଶାରେ କରୋନା ମହାମାରୀ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବାରୁ ଏ ପରିସ୍ଥିତିରେ ସ୍କୁଲ ଖୋଲିବ ନାହିଁ ବୋଲି ଜଣାପଡ଼ିଛି। ଓଡ଼ିଶାରେ ପୂଜା ଛୁଟି ଯାଏ ସ୍କୁଲ କଲେଜ ବନ୍ଦ କରାଯାଇଛି ।

ଦିଲ୍ଲୀରେ ଅକ୍ଟୋବର  ୫ ଯାଏ ସ୍କୁଲ ବନ୍ଦ ଥିବା ବେଳେ ଗୋଆରେ ଅକ୍ଟୋବର ୨ ଯାଏ ବନ୍ଦ ରହିବ।  ଅକ୍ଟୋବର ୨ରେ ପରିସ୍ଥତିର ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।  ଏହାବ୍ୟତୀତ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସ୍କୁଲ ଖୋଲାଯାଇ ପାରିବ ନାହିଁ ବୋଲି ଉତ୍ତରାଖଣ୍ଡ ସରକାର ସ୍ପଷ୍ଟ କରିଛନ୍ତି।

The post ଆଜିଠୁ ଏହି ସବୁ ରାଜ୍ୟରେ ଖୋଲିବ ସ୍କୁଲ; ନିଜ ଇଚ୍ଛାରେ ଆସିବେ ପିଲା appeared first on Odisha Reporter.



from Odisha Reporter https://ift.tt/3cfIjY5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages