ପୁରୀ(ଓଡ଼ିଶା ରିପୋର୍ଟର): ବାକି ଥିବା ୬୦ ଟଙ୍କା ମାଗିବାରୁ ପାନ ଦୋକାନୀଙ୍କ ଉପରକୁ ହେଲା ମରଣାନ୍ତକ ଆକ୍ରମଣ । ପୁରୀ ସହରର ମୋଚିସାହି ଛକରେ ବଳରାମ ମହାପାତ୍ର ନାମକ ଯୁବକଙ୍କୁ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ବଳରାମଙ୍କୁ କଟକ ବଡଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ସୂଚନା ମୁତାବକ, ମୋଚିସାହି ଛକରେ ଦୁଇଭାଇ ପାନ ଦୋକାନ କରିଥିବା ବେଳେ ଜଣେ ଯୁବକ ବଡଭାଇଠାରୁ ୬୦ଟଙ୍କା ବାକି ନେଇଥିଲା। ବାକି ଟଙ୍କା ମାଗିବାରୁ ଉକ୍ତ ଯୁବକଙ୍କର ୨ ଭାଇଙ୍କ ସହ କଳହ ହୋଇଥିଲା। ପରେ ସେହି ଯୁବକ ମାରଣାସ୍ତ୍ର ଧରି ସାନଭାଇ ବଳରାମଙ୍କୁ ଆକ୍ରମଣ କରିଥିଲା।
ଆକ୍ରମଣକାରୀ ମୋଚିସାହି ଛକରୁ ଅର୍ବାନ ବ୍ୟାଙ୍କ ପର୍ଯ୍ୟନ୍ତ ଗୋଡେଇ ଗୋଡେଇ ବଳରାମଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନ ସମେତ ୨ ହାତରେ ଗୁରୁତର ଆଘାତ ଲାଗିଛି।
ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ମୁଖ୍ୟ ଡାକ୍ତରଖାନା ପରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁରୀ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ କହିଛନ୍ତି।
The post ବାକି ୬୦ ଟଙ୍କା ମାଗିବାରୁ ଗୋଡ଼ାଇ ଗୋଡ଼ାଇ ହାଣିଲେ appeared first on Odisha Reporter.
from Odisha Reporter https://ift.tt/34bP5uh
No comments:
Post a Comment