ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଖାରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 21, 2020

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂହଙ୍କ ବିରୋଧରେ ବିରୋଧୀ ଆଣିଥିବା ଅବିଶ୍ୱାସ ପ୍ରସ୍ତାବ ଖାରଜ ହୋଇଛି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏହାକୁ ଖାରଜ କରିଛନ୍ତି। ସଠିକ୍ ଫର୍ମାଟରେ ନଥିବାରୁ ଖାରଜ ହୋଇଛି ବୋଲି ଅଧ୍ୟକ୍ଷ କହିଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବ ସଂସଦରେ ପ୍ରଥମ ଥିଲା।

ରାଜ୍ୟସଭାରେ ଆଜି କୃଷି ବିଲର ତୃତୀୟ ଅଧ୍ୟାଦେଶକୁ ନେଇ ବିରୋଧୀ ବିରୋଧ କରୁଥିବା ବେଳେ ଅଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳର ୪୭ ଜଣ ସଦସ୍ୟଙ୍କ ଦ୍ୱାରା ଆଜି ଏହି ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଥିଲା। କିନ୍ତୁ ନିୟମ ଅନୁଯାୟୀ ଏହା ଗ୍ରହଣୀୟ ନୁହେଁ। ଏଥିପାଇଁ ୧୪ ଦିନର ନୋଟିସ ଆବଶ୍ୟକ ବୋଲି ଉପରାଷ୍ଟ୍ରପତି କହିଛନ୍ତି।

ରବିବାର ରାଜ୍ୟସଭାରେ ଦୁଇଟି କୃଷି ବିଲ ବାଚନିକ ଭୋଟ୍ ମାଧ୍ୟରେ ପାରିତ ହୋଇଥିଲା। ଏହି ବିଲକୁ ବିରୋଧ କରି ବିରୋଧୀ ସାଂସଦ ସଂସଦ ଭିତରେ ହଙ୍ଗାମା କରିଥିଲେ। ବାରଟି ବିରୋଧୀ ଦଳର ସାଂସଦ କିନ୍ତୁ ବାଚନିକ ଭୋଟ୍ ମାଧ୍ୟମରେ ଭୋଟ୍ ପ୍ରକ୍ରିୟାକୁ ବିରୋଧ କରିଥିଲେ। ଉପାଧ୍ୟକ୍ଷ ତାଙ୍କ କଥା ଶୁଣୁନଥିବା ଅଭିଯୋଗ କରି ବିରୋଧୀ ଅବିଶ୍ୱାସ ପ୍ରସ୍ତାବ ଆଣିଥିଲେ। ଏହି ଅବିଶ୍ୱାସ ପ୍ରସ୍ତାବରେ ହସ୍ତକ୍ଷାର କରିଥିବା ଦଳର ସାଂସଦ ହେଲେ କଂଗ୍ରେସ, ଟିଏମସି, ଡିଏମକେ, ଆରଜେଡି, ଟିଆରଏସ, ଏନସିପି, ଏଏପି, ସିପିଆଇ, ସିପିଆଇ (ଏମ), ଜେଡି (ଏସ), ଆଇୟୁଏମଏଲ ଏବଂ କେରଳ କଂଗ୍ରେସ।

ରବିବାର ରାଜ୍ୟସଭାରେ ବିଲ୍ ପାରିତ ହେବା ବେଳେ ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ହରିବଂଶ ନାରାୟଣଙ୍କ ପାଖକୁ ଯାଇ ସଂସଦର ରୁଲ୍ ବୁକକୁ ଚିରି ଦେଇଥିଲେ। କେବଳ ଏତିକି ନୁହେଁ ଟିଏମସି ସାଂସଦ ଜଣଙ୍କ ଉପାଧ୍ୟକ୍ଷଙ୍କ ମାଇକ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ତେବେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ମାଇକ୍ ଭାଙ୍ଗି ଦେଇଥିଲେ।

ଏହାକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ଆଜି କହିଛନ୍ତି, ରବିବାର ଗୃହରେ ଯେଉଁ ଦୃଶ୍ୟମାନ ହୋଇଛି ତାହା ଏକ ‘ଖରାପ ଦିନ’ ବୋଲି ଦର୍ଶାଇଥିଲା ଏବଂ ବିରୋଧୀ ଦଳରୁ ଆଠ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି।  ଉପାଧ୍ୟକ୍ଷଙ୍କୁ ବିରକ୍ତ କରିବାର କୌଣସି ସାଂସଦଙ୍କର ଅଧିକାର ନାହିଁ ବୋଲି ନାଇଡୁ କହିଛନ୍ତି। ସସପେଣ୍ଡ ହୋଇଥିବା ଆଠ ସାଂସଦ ହେଲେ ଡେରିକ ଓ ବ୍ରାଏନ, ସଞ୍ଜୟ ସିଂହ, ରାଜୁ ସତାଭ, କେକେ ରଗେଶ, ରିପୁନ ବୋରା, ଡୋଲା ସେନ୍, ସୟଦ ନାଜିର ହୁସେନ, ଏ. କରିମ।

The post ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଖାରଜ appeared first on Odisha Reporter.



from Odisha Reporter https://ift.tt/3hLoZTL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages