’ଓଡ଼ିଶାର ସ୍ୱାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ି ଯାଇଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 21, 2020

’ଓଡ଼ିଶାର ସ୍ୱାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ି ଯାଇଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଓଡ଼ିଶାର ସ୍ୱାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ି ଯାଇଛି। ଓଡ଼ିଶା ସରକାର ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟରେ ପୂରା ବିଫଳ ହୋଇଛନ୍ତି।”  ଗତକାଲି ଓଡ଼ିଶାରେ କରୋନା ସ୍ଥିତି ନେଇ ଲୋକସଭାରେ ବର୍ଷିଛନ୍ତି ସାଂସଦ ସୁରେଶ ପୂଜାରୀ । ଏଥିସହ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଓଡ଼ିଶାର କରୋନା ସ୍ଥିତି ସମ୍ଭାଳିବାକୁ କହିଛନ୍ତି । ରବିବାର ଲୋକସଭା ଆଲୋଚନାରେ ଭାଗ ନେଇ ଓଡ଼ିଶାରେ କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ସୁରେଶ ।

ୱାଶିଂଟନ ୟୁନିଭର୍ସିଟିର ତଥ୍ୟ ଅନୁସାରେ ଜାନୁଆରୀ ଶେଷ ସୁଦ୍ଧା ଓଡ଼ିଶାରେ ୧୧ ହଜାର ମୃତ୍ୟୁ ଆଶଙ୍କା ରହିଥିବା ସେ କହିଛନ୍ତି। ତେଣୁ  ଦିଲ୍ଲୀରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ କେନ୍ଦ୍ର ସରକାର ଯେଉଁପରି  ଷ୍ଟ୍ରାଟେଜି ଆପଣାଇଲେ ଓଡ଼ିଶାରେ ମଧ୍ୟ ସେପରି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

ଏହାବ୍ୟତୀତ ଆଉ ଏକ ଅନୁରୋଧ କରିବାକୁ ଯାଇ କହିଛନ୍ତି, ଥରେ ଜଣେ ରୋଗୀ ମେଡିକାଲରେ ଆଡମିଟ ହେଲେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହୁଛି, ସୁସ୍ଥ ହେଉଛନ୍ତି ନା ଗୁରୁତର ହେଉଛନ୍ତି ସେ ସମ୍ପର୍କରେ ପରିବାର ଲୋକ କିଛି ସୂଚନା ପାଇ ନ ପାରୁ ନାହାନ୍ତି। ଫଳରେ ଆଶା ଆଶଙ୍କାରେ ରହୁଛନ୍ତି। ତେଣୁ ମେଡିକାଲ ଭିତରେ ସିସିଟିଭି ଲଗାଗଲେ, ବାହାରେ ଥିବା ସେମାନଙ୍କ ସମ୍ପର୍କୀୟ ଅତି କମ୍‌ରେ ସେମାନଙ୍କ ରୋଗୀର ସ୍ୱାସ୍ଥ୍ୟାବସ୍ଥା ଦେଖାପାରନ୍ତେ।

ସୂଚନାଯୋଗ୍ୟ, ସାଂସଦ ସୁରେଶ ପୂଜାରୀ ନିଜେ କିଛି ଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି।

The post ’ଓଡ଼ିଶାର ସ୍ୱାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ି ଯାଇଛି’ appeared first on Odisha Reporter.



from Odisha Reporter https://ift.tt/3hKzh6l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages