ଜାଭେଦ ଅଖତରଙ୍କୁ ଜବାବ ଦେଲେ କଙ୍ଗନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

ଜାଭେଦ ଅଖତରଙ୍କୁ ଜବାବ ଦେଲେ କଙ୍ଗନା

ମୁମ୍ୱାଇ: ସୋମବାର ଶହୀଦ ଭଗତ ସିଂଙ୍କ ୧୧୩ତମ ଜନ୍ମ ବାର୍ଷିକୀ ପାଳନ କରିଛନ୍ତି ଦେଶବାସୀ। ବଲିଉଡ ତାରକା ଜାଭେଦ ଅଖତର ଏବଂ କଙ୍ଗନା ରଣାୱତ ମଧ୍ୟ ଏଥିରେ ସାମିଲ ହୋଇଥିଲେ। କିନ୍ତୁ ଶହୀଦ ଭଗତ ସିଂଙ୍କ ବିଷୟରେ ଏହି ଦୁଇ ବଲିଉଡ ତାରକାଙ୍କ ମଧ୍ୟରେ ସୋଶାଲ ମିଡିଆରେ ବିତର୍କ ଆରମ୍ଭ ହୋଇଥିବା ଦେଖିବାକୁ ମିିଳିଛି।

ଜାଭେଦ ଅଖତର ଭଗତ ସିଂଙ୍କୁ ମାର୍କ୍ସବାଦୀ ବୋଲି କହିବା ପରେ ବିତର୍କ ଆରମ୍ଭ ହୋଇଛି। ସେ ଟ୍ୱିଟ୍‌ରେ ଲେଖିଛନ୍ତି ଯେ ଭଗତ ସିଂ ଜଣେ ମାର୍କ୍ସବାଦୀ ଏବଂ ‘ମୁଁ କାହିଁକି ନାସ୍ତିକ’ ଶୀର୍ଷକରେ ଏକ ପୋଷ୍ଟ ମଧ୍ୟ ଲେଖିଥିଲେ। କଙ୍ଗନା ରଣାଓ୍ୱତ ମଧ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ଜାଭେଦ ଅଖତର ଟ୍ୱିଟ୍ କରି କହିଥିଲେ, ଭଗତ ସିଂ ଜଣେ ମାର୍କ୍ସବାଦୀ ଥିଲେ। କିଛି ଲୋକ କେବଳ ଏହି ଘଟଣାର ସାମ୍ନା କରିବାକୁ ମନା କରନ୍ତି ନାହିଁ, ବରଂ ଅନ୍ୟମାନଙ୍କଠାରୁ ଲୁଚାଇବାକୁ ଚାହାଁନ୍ତି। ‘ମୁଁ କାହିଁକି ନାସ୍ତିକ’ ଶୀର୍ଷକରେ ଏ ବାବଦରେ ସେ ନିଜର ମତ ରଖିଛନ୍ତି।

 

 

ଜାଭେଦ ଅଖତରଙ୍କ ଏହି ଟୁଇଟ୍ ଉପରେ କଙ୍ଗନା କଡ଼ା ଜବାବ ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି ଯେ ଯଦି ଭଗତ ସିଂ ବଞ୍ଚିଥାନ୍ତେ ତାହେଲେ ଗଣତାନ୍ତ୍ରିକ ପ୍ରକ୍ରିୟା ଦ୍ୱାରା ନିର୍ବାଚିତ ସରକାର ବିରୁଦ୍ଧରେ ବିଦ୍ରୋହ କରିବାକୁ ଅନୁମତି ଦେଇଥାନ୍ତେ କି? ଧର୍ମ ଆଧାରରେ ସେ ଭରତ ମାତାଙ୍କୁ ଖଣ୍ଡ ଖଣ୍ଡ ହେବାର ଦେଖିଥିଲେ କି? ତଥାପି ତାଙ୍କୁ ନାସ୍ତିକ ବୋଲି ଭାବିବେ ନା ସେ ‘ବସନ୍ତୀ ଚୋଲା ପିନ୍ଧିବେ’?
ଜାଭେଦ ଅଖତରଙ୍କ ଟ୍ୱିଟକୁ ସ୍ୱରା ଭାସ୍କର ସମର୍ଥନ କରିଥିବା ବେଳେ କଙ୍ଗନାଙ୍କୁ ମଧ୍ୟ କିଛି ବଲିଉଡ ତାରକା ସମର୍ଥନ କରିଛନ୍ତି।

The post ଜାଭେଦ ଅଖତରଙ୍କୁ ଜବାବ ଦେଲେ କଙ୍ଗନା appeared first on Odisha Reporter.



from Odisha Reporter https://ift.tt/3naAhou

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages