କରୋନା କବଳରେ ଶ୍ରୀମନ୍ଦିର ସେବାୟତ, କର୍ମଚାରୀ, ଆରମ୍ଭ ହେଲା ପ୍ରଶାସନିକ ତତ୍ପରତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

କରୋନା କବଳରେ ଶ୍ରୀମନ୍ଦିର ସେବାୟତ, କର୍ମଚାରୀ, ଆରମ୍ଭ ହେଲା ପ୍ରଶାସନିକ ତତ୍ପରତା

ପୁରୀ(ଓଡ଼ିଶା ରିପୋର୍ଟର):  ଶ୍ରୀମନ୍ଦିର ସହ ସଂପୃକ୍ତ ସେବାୟତ ଓ କର୍ମଚାରୀଙ୍କୁ ଘାରିଛି କରୋନା ସଂକ୍ରମଣ ଭୟ । ବର୍ତ୍ତମାନ ସୁଦ୍ଧା ୪୦୪ ଜଣ କରୋନା ସଂକ୍ରମିତ ହୋଇଥିବା  ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି ।

ମୋଟ ୪୦୪ ଜଣଙ୍କ ମଧ୍ୟରୁ ୩୫୧ ସେବାୟତ ଓ ୫୩ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇ ସାରିଲେଣି । ଏଭଳି ସ୍ଥିତି ପରେ ଆରମ୍ଭ ହୋଇଛି ପ୍ରଶାସନିକ ତତ୍ପରତା । ଏନେଇ ପୁରୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ସିଡିଏମଓ, ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ ।

ଯେଉଁ ସେବାୟତ ଗୁରୁତର ହେଉଛନ୍ତି ସଠିକ ଗାଇଡଲାଇନ ଅନୁଯାୟୀ, ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଆସିଷ୍ଟାଣ୍ଡ ରେଭିନ୍ୟୁ ଅଫିସରଙ୍କ ନେତୃତ୍ୱରେ ୨ଟି ଟିମ୍ ଗଠନ କରାଯାଇଛି । ସେହିପରି ଭେଣ୍ଟିଲେଟର ଥାଇ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ଶ୍ରୀମନ୍ଦିର ପରିସରରେ ପାନ ଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି। ପାନ ଖାଇଥିବା ସେବାୟତଙ୍କୁ ଛାଡ଼ିଲେ ଦ୍ୱାର ଜଗୁଆଳି ଦଣ୍ଡିତ ହେବେ ବୋଲି ଚେତାବନୀ ଦିଆଯାଇଛି।

ଏଭଳି ପରିସ୍ଥିତିରେ ଶ୍ରୀମନ୍ଦିର ଖୋଲିବ କି ନାହିଁ, ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ । ତେବେ ନୀତିକାନ୍ତି ଯଦିବା ପ୍ରଭାବିତ ହେବ ନାହିଁ, କିନ୍ତୁ ଶ୍ରୀମନ୍ଦିର ଖୋଲିଲେ ତିରୁପତି ମନ୍ଦିର ଭଳି ସ୍ଥିତି ହୋଇପାରେ ବୋଲି ପରିଚାଳନା କମିଟିର ସଦସ୍ୟ କହିଛନ୍ତି ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ୨୦ ପରଠୁ ରାଜ୍ୟରେ ଭକ୍ତଙ୍କ ଲାଗି ଧର୍ମାନୁଷ୍ଠାନ ସମ୍ପୂର୍ଣ୍ଣ  ବନ୍ଦ ରହିଛି। ବର୍ତ୍ତମାନ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ଗର୍ଭଗୃହ ଛୋଟ ଯୋଗୁଁ ଗହଳି ହେଲେ କରୋନା ସଂକ୍ରମଣ ବଢ଼ିପାରେ ବୋଲି ସରକାର ଦର୍ଶାଇଛନ୍ତି।

ସବୁଠି କେବଳ ପରମ୍ପରା ରକ୍ଷା ଲାଗି ଠାକୁରଙ୍କ ନୀତିକାନ୍ତି ଚାଲିଛି, ଭକ୍ତଙ୍କୁ ଛଡ଼ାଯାଉନି। ଏଣେ ଠାକୁର ଦର୍ଶନରୁ ବଞ୍ଚିତ ଭକ୍ତ ଯେତିକି ଛଟପଟ, ଦାନ ଦକ୍ଷିଣାକୁ ଆଶ୍ରା କରି ବଞ୍ଚୁଥିବା ସେବାୟତ ଓ ପୂଜକଙ୍କ ଅବସ୍ଥା ବି ତାଠୁ ଅଧିକ ଉତ୍କଟ।

The post କରୋନା କବଳରେ ଶ୍ରୀମନ୍ଦିର ସେବାୟତ, କର୍ମଚାରୀ, ଆରମ୍ଭ ହେଲା ପ୍ରଶାସନିକ ତତ୍ପରତା appeared first on Odisha Reporter.



from Odisha Reporter https://ift.tt/3cDm66t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages