ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର ଦର୍ଶାଇ ବିକୁଥିଲା ଆମାଜନ୍‌, ଦୋଷ ମାନିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 27, 2020

ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର ଦର୍ଶାଇ ବିକୁଥିଲା ଆମାଜନ୍‌, ଦୋଷ ମାନିଲା

ସମ୍ବଲପୁର(ଓଡ଼ିଶା ରିପୋର୍ଟର):  ମା’ ସମଲେଶ୍ୱରୀ ଓ ସମ୍ବଲପୁର ଶା‍ଢ଼ିକୁ ନେଇ ଗର୍ବ କରନ୍ତି ପଶ୍ଚିମ ଓଡ଼ିଶାବାସୀ। ସମଗ୍ର ବିଶ୍ୱରେ ସମ୍ବଲପୁରୀ ଶାଢ଼ି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ବେଶ୍‌ ଆଦୃତତା  ମଧ୍ୟ ଲାଭ କରିଛି।

କିନ୍ତୁ, ଅନଲାଇନ୍‌ ସପିଂ କଂପାନୀ ଆମାଜନ୍‌ ନିଜ ସାଇଟ୍‌ରେ ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର ଦର୍ଶାଇ ବିକ୍ରି କରୁଥିବା ଜଣାପଡ଼ିବା ପରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଫଳରେ ଆମାଜନ୍‌ ନିଜ ୱେବସାଇଟରୁ ତାହାକୁ ହଟାଇ ଦେବା ସହ ଟ୍ୱିଟ୍  କରି ନିଜର ତ୍ରୁଟି ସ୍ୱୀକାର କରିଛି। ଏଥିସହ ସମ୍ବଲପୁରୀ ଶାଢି ଓଡ଼ିଶାର ବୋଲି ଉଲ୍ଲେଖ କରିଛି।

ତେବେ ଏଭଳି ଘଟଣାକୁ ନେଇ ପଶ୍ଚିମ ଓଡ଼ିଶାବାସୀ  ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଗଭୀର ମର୍ମାହତ ବୋଲି କହିଛନ୍ତି । ଶହ ଶହ ବର୍ଷର ସମ୍ବଲପୁରୀ ଶାଢ଼ୀକୁ କିପରି ପଶ୍ଚିମବଙ୍ଗର ବୋଲି ଦର୍ଶାଗଲା ସେନେଇ ପଶ୍ଚିମ ଓଡ଼ିଶାବାସୀ ପ୍ରଶ୍ନ ଉଠାଇଛନ୍ତି ।

The post ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର ଦର୍ଶାଇ ବିକୁଥିଲା ଆମାଜନ୍‌, ଦୋଷ ମାନିଲା appeared first on Odisha Reporter.



from Odisha Reporter https://ift.tt/2S44hUv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages