ଏଲଜେପିର ଚାରି ସାଂସଦ ବିଜେପି ଲିଙ୍କରେ, ଏନଡିଏରେ ବଢ଼ିବ ଅସନ୍ତୋଷ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 27, 2020

ଏଲଜେପିର ଚାରି ସାଂସଦ ବିଜେପି ଲିଙ୍କରେ, ଏନଡିଏରେ ବଢ଼ିବ ଅସନ୍ତୋଷ!

ପାଟଣା: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ତେଣେ ରାଜ୍ୟର ଲୋକ ଜନଶକ୍ତି ପାର୍ଟିର ଚାରି ସାଂସଦ ବିଜେପି ଯିବେ ବୋଲି ଆକଳନ କରାଯାଉଛି। ଯଦି ଏମିତି ହୁଏ ତାହେଲେ ଏନଡିଏରେ ଅସନ୍ତୋଷ ଆହୁରି ବଢ଼ିବ। କାରଣ ଏନଡିଏରେ ଏଲଜେପି ରହିଛି। ନିକଟରେ ଶିରୋମଣି ଅକଳି ଦଳ ଏବଂ ଶିବେସନୋ ଏନଡିଏକୁ ବାଏ ବାଏ କହିଛନ୍ତି।

ଏଲଜେପିର ପ୍ରତିଷ୍ଠାତା ସଦସ୍ୟ ରାମ ବିଳାଶ ପାଶଓ୍ୱାନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ଦଳ ଭିତରେ ଏଭଳି ବିଦ୍ରୋହ ନିର୍ବାଚନ ବେଳେ ରାଜ୍ୟରେ ଏନଡ଼ିଏକୁ ଅଡୁଆରେ ପକାଇବ ବୋଲି ଜଣାପଡ଼ିଛି। ଏହି ଚାରି ସାଂସଦ ଚିରାଗ ପାଶଓ୍ୱାନଙ୍କ ନେତୃତ୍ୱକୁ ଗ୍ରହଣ କରୁନଥିବା କୁହାଯାଉଛି।

ଚଳିତ ବିଧାସଭା ନିର୍ବାଚନରେ ମୋଟ ୨୪୩ ଟି ଆସନରୁ ଏଲଜେପି ୧୪୧ ଟି ଆସନରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ରଖିଛି। ହେଲେ ଉଭୟ ବିଜେପି ଏବଂ ଜେଡିୟୁ ଏହାକୁ ନେଇ ରାଜି ହେଉନଥିବା ସୂଚନା ରହିଛି। ୨୦୧୫ ବିହାର ବିଧାନସଭା ନିର୍ବାଚନରେ ବିଜେପି ଏବଂ ଜେଡିୟୁ ଯଥାକ୍ରମେ ୧୫୭ ଏବଂ ୧୦୧ ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ଏଲଜେପି ମାତ୍ର ୪୨ ଟି ଆସନରେ ପ୍ରାର୍ଥୀ ଦେଇଥିଲା।

The post ଏଲଜେପିର ଚାରି ସାଂସଦ ବିଜେପି ଲିଙ୍କରେ, ଏନଡିଏରେ ବଢ଼ିବ ଅସନ୍ତୋଷ! appeared first on Odisha Reporter.



from Odisha Reporter https://ift.tt/309WFEs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages