ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ୩ରେ ଇ-ଆଡମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ ଆସନ୍ତା ୮ ତାରିଖରୁ ଆବେଦନ ଆରମ୍ଭ ହେବ । ଚଳିତ ମାସ ୨୨ ତାରିଖ ହେଉଛି ଆବେଦନର ଶେଷ ତାରିଖ ।
ଏହାପରେ ଚଳିତ ମାସ ୨୮ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ସେହି ୨୮ ତାରିଖରେ ହିଁ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରାଯିବ।
ଅକ୍ଟୋବର ୮ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ । ସେହିପରି ଅକ୍ଟୋବର ୮ରେ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
The post ଯୁକ୍ତ ୩ ଇ-ଆଡମିଶନ ପାଇଁ ୮ରୁ ଆବେଦନ ଆରମ୍ଭ appeared first on Odisha Reporter.
from Odisha Reporter https://ift.tt/2F3cCox
No comments:
Post a Comment