ଭଞ୍ଜନଗର(ରାଜେଶ କୁମାର ପଣ୍ଡା) : ବାପାର ଠେଙ୍ଗା ମାଡରେ ଆଖି ବୁଜିଲା ପୁଅ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତୁଲୁ ଗାଁରେ ଘଟିଛି। ପୁଅ ନିର୍ଯାତନାରେ ଅତିଷ୍ଠ ହୋଇପଡ଼ିଥିବା ବାପା ଠେଙ୍ଗା ମାଡ଼ରେ ୩୮ ବର୍ଷୀୟ ପୁଅର ମୃତ୍ୟୁ ହୋଇଛି। ମୃତକ ହେଲେ ଜିତେନ୍ଦ୍ର ବିଶୋୟୀ ଓ ତାଙ୍କ ବାପା ହେଲେ ଜୟ ବିଶୋୟୀ।
ଜୟ ବିଶୋୟୀଙ୍କ ଅଭିଯୋଗ ଅନୁଯାୟୀ, ଜିତେନ୍ଦ୍ର ଦୀର୍ଘ ଦିନ ହେବ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ମାରଧର କରିବାରୁ ୪ ଦିନ ହେଲା ମା’ ଝିଅ ଘରକୁ ପଳାଇଛି। ଏପରି ସ୍ଥିତିରେ ଆଜି ସକାଳେ ସେ ଗୁହାଳରେ କିଛି କାମ କରୁଥିବା ବେଳେ ଜିତେନ୍ଦ୍ର ସେଠାରେ ପହଞ୍ଚି ତାଙ୍କୁ ଗାଳିଗୁଳଜ କରିବା ସହ ମାରଧର କରିଥିଲେ। ଏଥିରେ ଅତିଷ୍ଠ ହୋଇ ହାତରେ ଧରିଥିବା ଏକ ଠେଙ୍ଗାରେ ପୁଅ ମୁଣ୍ଡକୁ ପିଟି ଦେବାରୁ ଘଟଣାସ୍ଥଳରେ ପୁଅ ଆଖି ବୁଜିଥିବା କହିଛନ୍ତି ଜୟ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ବାପା ଠେଙ୍ଗା ମାଡ଼ରେ ଆଖି ବୁଜିଲା ପୁଅ appeared first on Odisha Reporter.
from Odisha Reporter https://ift.tt/3bI7lyI
No comments:
Post a Comment