ଖୋର୍ଦ୍ଧା: (ଓଡ଼ିଶା ରିପୋର୍ଟର)ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ୬ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ବେଗୁନିଆ ଥାନା ଗଡ଼ମାଣିତ୍ରୀ ଗାଁରେ ଘଟିଛି ଏଭଳି ଅଘଟଣ। ଆହତମାନେ ସମସ୍ତେ ଗୋଟିଏ ପରିବାରର। ଆହତମାନଙ୍କ ମଧ୍ୟରୁ ୩ ମହିଳା ଜଣେ ଶିଶୁ ସମେତ ୬ ଗୁରୁତର ହୋଇଛନ୍ତି। ଘରେ ଗ୍ୟାସ ଚୁଲା ନଜଳିବାରୁ ସଜାଡ଼ିବା ବେଳେ ଅଘଟଣ ଘଟିଥିଲା। ସମସ୍ତ ୬ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଜି ସନ୍ଧ୍ୟା ୭ରୁ ୮ଟା ବେଳେ ବେଗୁନିଆ ଥାନା ଗଡ଼ମାଣିତ୍ରୀ ଗାଁର ଅଜୟ ରାଉତରାୟଙ୍କ ଘରେ ପରିବାର ଲୋକେ ଖାଇବା ପାଇଁ ଏକାଠି ହୋଇଥିଲେ। ଖାଇବା ପୂର୍ବରୁ ରନ୍ଧା ଯାଇଥିବା ଖାଦ୍ୟକୁ ଗରମ କରିବା ପାଇଁ ଗ୍ୟାସ ଚୁଲାରେ ନିଆଁ ଲଗା ଯାଇଥିଲା। ମାତ୍ର ଗ୍ୟାସ ଚୁଲା ଜଳି ନଥିଲା। ତେବେ ଗ୍ୟାସ ଚୁଲା ସଜଡା ଚାଲିଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା। ଫଳରେ ପରିବାର ୬ ଜଣ ନିଆଁରେ ପୋଡ଼ି ଯାଇଥିଲା।
The post ବ୍ଲାଷ୍ଟ ହେଲା ଗ୍ୟାସ, ୬ ଗୁରୁତର appeared first on Odisha Reporter.
from Odisha Reporter https://ift.tt/30dV3JM
No comments:
Post a Comment